Sunday, October 18, 2026
23.2 C
Odisha

    ଏଣିକି ୬ ବର୍ଷ ନହେଲେ ହୋଇପାରିବନି ପିଲାଙ୍କ ପ୍ରଥମ ଶ୍ରେଣୀ ଆଡ୍‌ମିଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୬ ବର୍ଷ ନହେଲେ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ମନା । ଏନେଇ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି । ଏହା ସହ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମଧ୍ୟ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏବଂ ଶିଶୁମାନଙ୍କର ମାଗଣା ଏବଂ ଜରୁରୀ ଶିକ୍ଷା ଅଧିକାର (ଆରଟିଇ) ଅଧିନିୟମ ୨୦୦୯ ଅନୁଯାୟୀ, ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ କରିବାକୁ ହେଲେ ସେମାନଙ୍କୁ ଅନ୍ୟୁନ ୬ ବର୍ଷ ହୋଇଥିବା ଆବଶ୍ୟକ ରହିଛି। ତେବେ ପିଲାମାନେ ଅଧିକ ସମୟ ଘରେ ରହି ସେମାନଙ୍କର ମାନସିକ ବିକାଶ କରିବା ଉଦେଶ୍ୟରେଏଭଳି ନିଷ୍ପତ୍ତି ନିଆଯାଇଛି। ବାପା ମାଆଙ୍କ ପାଖରେ ଯେତେ ଅଧିକ ସମୟ ରହିବେ ତାହା ପିଲାଙ୍କ ଭବିଷ୍ୟତ ପାଇଁ ଅତି ଉତ୍ତମ ସାବ୍ୟସ୍ତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ NEP ଆରମ୍ଭ ହୋଇଥିଲା। ଆଉ ଏହା ପରଠୁ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କେନ୍ଦ୍ର ଶିକ୍ଷା ବିଭାଗ, ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଅନେକ ଚିଠି ଲେଖିଛି। ମାର୍ଚ୍ଚ ୨୦୨୨ ରେ କେନ୍ଦ୍ର ସରକାର ଲୋକସଭାରେ ସୂଚନା ଦେଇଥିଲେ ଯେ ଆସାମ, ଗୁଜୁରାଟ, ପୁଡୁଚେରୀ, ତେଲେଙ୍ଗାନା, ଲଦାଖ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିୟାଣା, ଗୋଆ, ଝାଡଖଣ୍ଡ, କର୍ଣ୍ଣାଟକ ଏବଂ କେରଳରେ ପିଲାଙ୍କୁ ୬ ବର୍ଷ ହେବା ପୂର୍ବରୁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ଦିଆଯାଉଛି । ତେବେ ସବୁ ବର୍ଷ ପରି ଚଳିତ ବର୍ଷ ବି ମଧ୍ୟ ଏନେଇ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି। ଏହି ଚିଠିରେ ସ୍ପଷ୍ଟ ଲେଖାଯାଇଛି ଯେ, “୨୦୨୪-୨୫ ବର୍ଷ ପାଇଁ ଖୁବ୍‌ ଶୀଘ୍ର ସ୍କୁଲ ମାନଙ୍କରେ ପିଲାଙ୍କ ଆଡ୍‌ମିଶନ ଆରମ୍ଭ ହୋଇଯିବ । ତେଣୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପିଲାଙ୍କୁ ୬ ବର୍ଷ ହେଲେ ହିଁ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ଦିଆଯିବ ବୋଲି ନିୟମ ଧାର୍ୟ୍ୟ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ