Monday, September 28, 2026
24.7 C
Odisha

    ଏଣିକି ସପ୍ତାହରେ ୫ ଦିନ ଖୋଲା ରହିବ ବ୍ୟାଙ୍କ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏଣିକି ଖୁବଶୀଘ୍ର ସପ୍ତାହର ୭ ମଧ୍ୟରୁ ୨ ଦିନ ବ୍ୟାଙ୍କ ବନ୍ଦ ରହିବ। ଫଳରେ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀ ଏବଂ ଅଧିକାରୀଙ୍କୁ ସପ୍ତାହରେ ମାତ୍ର ୫ ଦିନ କାମ କରିବାକୁ ହେବ। କାରଣ ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବ୍ୟାଙ୍କ କର୍ମଚାରୀ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ୍ ଫୋରମ୍ ଏକ ଚିଠି ଲେଖିଛନ୍ତି । ଏଥିରେ ବ୍ୟାଙ୍କରେ ପାଞ୍ଚ ଦିନିଆ କାର୍ୟ୍ୟ ସପ୍ତାହ ବ୍ୟବସ୍ଥା କାର୍ୟ୍ୟକାରୀ କରିବାକୁ ଅନୁରୋଧ କରାଯାଇଛି। ତେବେ ସପ୍ତାହକୁ ୫ ଦିନିଆ କାର୍ୟ୍ୟ ବ୍ୟବସ୍ଥା କରାଗଲେ ମଧ୍ୟ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଂ ସେବା ସମୟ ସମାନ ରହିବ। ଗ୍ରାହକଙ୍କ ପାଇଁ କୌଣସି ପ୍ରକାର ସମୟ ହ୍ରାସ କରାଯିବ ନାହିଁ ବୋଲି ଉକ୍ତ ଚିଠିରେ କୁହାଯାଇଛି। ତେବେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ, କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ଦାବିର ଅନୁକୂଳ ବିଚାର ପାଇଁ କୃତଜ୍ଞାତା ଜଣାଇଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଛି। ୨୦୧୫ ରେ ଏନେଇ ଏକ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏହାକୁ ଲାଗୁ କରାଯାଇଥିଲା । ଏହା ବାଦ ସରକାରୀ ଓ ପର୍ବପର୍ବାଣୀ ଛୁଟି ଛାଡିବା ପରେ ସପ୍ତାହର ୭ ଦିନ ମଧ୍ୟରୁ ୬ ଦିନ ବ୍ୟାଙ୍କ ଖୋଲା ରହୁଛି। କିନ୍ତୁ ଅପରପକ୍ଷେ RBI ଏବଂ LICରେ ସପ୍ତାହକୁ ମାତ୍ର ୫ ଦିନ ଖୋଲା ରହୁଛି। ଏଣୁ RBI ଏବଂ LICରେ ସପ୍ତାହକୁ ପାଞ୍ଚ ଦିନିଆ କାର୍ଯ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା ଚିଠିରେ ଦର୍ଶାଇ ବ୍ୟାଙ୍କ କର୍ମଚାରୀ ସଂଘ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ