Wednesday, July 8, 2026
25.4 C
Odisha

    ଆପଣ କିଣୁଥିବା ଜିନିଷ ଅସଲି ନା ନକଲି ? ସ୍କାନ କଲେ ଜଣାଇଦେବ ଏହି ଯନ୍ତ୍ର

    ଆଗକୁ ପଢନ୍ତୁ

    ବଜାରରୁ ବିଭିନ୍ନ ଜିନିଷ କିଣିବା ସମୟରେ ଅନେକ ଗ୍ରାହକ ଠକାମୀର ଶିକାର ହୋଇଥାନ୍ତି । ଅନେକ ଜିନିଷର ଅବିକଳ ନକଲି ପ୍ରଡକ୍ଟ ପ୍ରସ୍ତୁତ କରି ବଜାରରେ ବିକ୍ରି ପାଇଁ ଉପଲବ୍ଧ କରୁଛନ୍ତି । ଯାହା ଫଳରେ ଗ୍ରାହକମାନଙ୍କୁ ବିଭିନ୍ନ ସମସ୍ୟାର ସାମନା କରିବାକୁ ପଡ଼ୁଛି । ତେବେ ଏହି ସମସ୍ୟାରୁ ଗ୍ରାହକମାନଙ୍କୁ ଦୂରେଇ ରଖିବା ପାଇଁ ଏକ ନୂଆ ସଫ୍ଟଓୟାର ପ୍ରସ୍ତୁତ କରିଛି ଆଇଆଇଟି କାନପୁର । ଏହାଦ୍ୱାରା ପ୍ରଡକ୍ଟର ଶୁଦ୍ଧତା ସମ୍ପର୍କରେ ସୂଚନା ଦେଇପାରିବ ଏହି ସଫ୍ଟଓୟାର ।

    ଗ୍ରାହକ କିଣୁଥିବା ଜିନିଷ ଅସଲି ନା ନକଲି, ସେ ନେଇ ଆଇଆଇଟି କାନପୁର(IIT Kanpur)ରେ ପ୍ରସ୍ତୁତ ଚେକୋ ସଫ୍ଟଓୟାର ଜରିଆରେ ଜାଣିପାରିବେ । ମାତ୍ର କିଛି ସମୟ ମଧ୍ୟରେ ଜିନିଷର ଶୁଦ୍ଧତା ସମ୍ପର୍କରେ ସୂଚନା ଦେଇପାରିବ ଚେକୋ ସଫ୍ଟଓୟାର । ଏଥିପାଇଁ ଇଣ୍ଡିଆନ୍ ଅଏଲ ସମେତ ଦେଶର ଅନେକ କମ୍ପାନୀ ଚେକୋ ସହିତ ଚୁକ୍ତି କରିଛି । କାନପୁର ଆଇଆଇଟିର ନ୍ୟାସନାଲ ସେଣ୍ଟର୍ ଫ୍ଲେକ୍ସିବଲ୍ ଇଲେକ୍ଟ୍ରୋନିକ୍ସରେ ଏକ ସ୍ୱତନ୍ତ୍ର ‘୩-ଡି ସିକ୍ୟୁରିଟ୍ ଅଫଲାଇନ୍ ଟ୍ୟାଗ୍’ ବିକଶିତ କରାଯାଇଛି । ଯେଉଁଥିରେ କୌଣସି କମ୍ପାନୀର ବିଭିନ୍ନ ଉତ୍ପାଦ ପାଇଁ ଭିନ୍ନ ଭିନ୍ନ କୋଡ ସେଟ୍ କରାଯାଇଥାଏ । ଯେକୌଣସି ସାଧାରଣ ସ୍ମାର୍ଟଫୋନ୍ ସାହାଯ୍ୟରେ ଏହି ଟ୍ୟାଗ୍ ସ୍କାନ କରି ଉତ୍ପାଦର ଗୁଣବତ୍ତା ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ଗ୍ରାହକ । ଏହାକୁ ସ୍କାନ କଲେ ସେହି ଜିନିଷର ଉତ୍ପାଦନ ସମୟ, ବ୍ୟାଚ୍ ନମ୍ବର ଏବଂ ଅନ୍ୟାନ୍ୟ ସୂଚନା ମଧ୍ୟ ଜାଣିହେବ । https://checko.ai ବ୍ୟବହାର କରି ଗ୍ରାହକମାନେ ଗୁଣାତ୍ମକ ବିଷୟବସ୍ତୁ ପାଇବା ସହ ଉତ୍ପାଦନକାରୀ କମ୍ପାନୀଗୁଡିକ ମଧ୍ୟ ନକଲି ପ୍ରଡକ୍ଟରୁ ମୁକ୍ତି ପାଇପାରିବେ ।

    ଚେକୋ ପ୍ରୋଜେକ୍ଟର ମୁଖ୍ୟ ତଥା ଆଇଆଇଟି କାନପୁରର ସାମଗ୍ରୀ ବିଜ୍ଞାନ ବିଭାଗର ପ୍ରଫେସର ଡା. ଦୀପକ କହିଛନ୍ତି ଯେ, ଏହି ସଫ୍ଟଓୟାରର ପ୍ରସ୍ତୁତି କାର୍ଯ୍ୟ ୨୦୧୨-୧୩ ମସିହାରେ ଆରମ୍ଭ ହୋଇଥିଲା। ଏଥିରେ ଉଭୟ ଶିକ୍ଷକ ଏବଂ ଛାତ୍ର ଜଡିତ ଥିଲେ ଯେଉଁଥିରେ ପ୍ରଫେସର ଡା. ମୋନିକା କଟିୟାର, ସତୀଶ ଚନ୍ଦ୍ର, ପ୍ରଣବ ଆସ୍ଥାନା, ଉତ୍କଳ ଏବଂ ପ୍ରିୟଙ୍କା ପ୍ରମୁଖ ସାମିଲ ରହିଛନ୍ତି। ବହୁ ବର୍ଷର ପରୀକ୍ଷଣ ପରେ, ଦଳ ଏକ ସୁରକ୍ଷିତ QR Code ଆଧାରିତ ଟ୍ୟାଗ୍ ସିଷ୍ଟମ୍ ବିକଶିତ କରିଛି । ଏହା ୩ଡି ହୋଇଥିବାରୁ ଏହାକୁ କପି କରିବା ସମ୍ଭବ ନୁହେଁ ଏବଂ କୋଡ଼ରେ ରେକର୍ଡ ହୋଇଥିବା ସୂଚନା ମଧ୍ୟ କପି ହୋଇପାରିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    83 %
    2.1kmh
    100 %
    Tue
    25 °
    Wed
    32 °
    Thu
    30 °
    Fri
    25 °
    Sat
    29 °

    ସମ୍ବନ୍ଧିତ