Tuesday, May 21, 2024
37.6 C
Odisha

    ସ୍ୱପ୍ନରେ ଟଙ୍କା ଦେଖିବାର କ’ଣ ରହିଛି ଅର୍ଥ

    ଆଗକୁ ପଢନ୍ତୁ

    ରାତିରେ ଶୋଇବା ପରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧରଣ କଥା । ତେବେ ପ୍ରତ୍ୟେକ ବ୍ୟକ୍ତି ଦେଖୁଥିବା ଏହି ସ୍ୱପ୍ନ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ । ତେବେ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ପରି ସ୍ୱପ୍ନ ଶାସ୍ତ୍ର ମଧ୍ୟ ରହିଛି । ଯେଉଁଥିରେ ଆମେ ଦେଖୁଥିବା ସ୍ୱପ୍ନରେ ମିଳୁଥିବା ସଂକେତ ଏବଂ ଏହାର ପରିଣାମ ବିଷୟରେ କୁହାଯାଇଥାଏ ।ତେବେ ଆମେ ଶୋଇଥିବା ସମୟରେ ବେଳେ ବେଳେ ଟଙ୍କା ସ୍ୱପ୍ନ ଦେଖିଥ।ନ୍ତି । କିନ୍ତୁ ଟଙ୍କା ସହ ଜଡିତ ଏପରି କିଛି ସ୍ୱପ୍ନ ରହିଛି ଯାହା ଆମକୁ ଭବିଷ୍ୟତରେ ଆସିବାକୁ ଥିବା ଶୁଭ ଅଶୁଭ ଘଟଣା ସମ୍ପର୍କରେ ସୂଚନା ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଟଙ୍କା ସହ ଜଡିତ ଏହି ସ୍ୱପ୍ନ ବିଷୟରେ…

    ବ୍ୟାଙ୍କରେ ଟଙ୍କା ଜମା: ଯଦି ଆପଣ ବ୍ୟାଙ୍କରେ ଟଙ୍କା ଜମା କରୁଥିବାର ସ୍ୱପ୍ନ ଦେଖନ୍ତି ,ତେବେ ଏହା ଶୁଭ ଫଳ ପ୍ରଦାନ କରିଥାଏ । ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କୁ କୌଣସି ନା କୌଣସି ଉପାୟରେ ଧନ ପ୍ରାପ୍ତିର ଯୋଗ ରହିଛି । ସେହିପରି ଆପଣଙ୍କୁ କିଏ ଟଙ୍କା ଦେଉଥିବାର ସ୍ୱପ୍ନ ଯଦି ଦେଖନ୍ତି ତେବେ ଏହା ଆପଣଙ୍କ ଜୀବନରେ ଚାଲିଥିବା ଖରାପ ସମୟ ଶେଷ ହେବା ଏବଂ ଭଲଦିନ ଆସିବାର ସଂକେତ ଦେଇଥାଏ ।

    ମୁଦ୍ରା ବା କଏନ୍: ଯଦି ଆପଣ ସ୍ୱପ୍ନରେ ଅନେକଗୁଡିଏ ମୁଦ୍ରା ଦେଖୁଛନ୍ତି ତେବେ ଏହା ଅଶୁଭ ହୋଇଥାଏ । ସ୍ୱପ୍ନଶାସ୍ତ୍ର ଅନୁସାରେ ଏହାର ଅର୍ଥ ହେଉଛି ଆଗାମୀ ଦିନରେ ଆପଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ତେବେ ଏପରି ସ୍ୱପ୍ନ ଧନ ହାନୀର ସଂକେଚ ଦେଇଥାଏ ।

    ପୋତା ହୋଇଥିବା ଧନ: ଯଦି ଆପଣଙ୍କ ସ୍ୱପ୍ନରେ ପୋତା ହୋଇଥିବା ଧନ ଓ ଟଙ୍କା ଦେଖନ୍ତି ତେବେ ଏହା ଶୁଭ ଫଳ ପ୍ରଦାମନ କରିଥାଏ । ଏହି ସ୍ୱପ୍ନର ଅର୍ଥ ହେଉଛି କେଉଁଠାରୁ ହଠାତ୍ ଆପଣଙ୍କ ନିକଟକୁ ଧନ ଆସିପାରେ । ଏତିସହିତ ଆପଣଙ୍କ ଆର୍ଥିକ ସ୍ଥିତି ସଦୃଢ ହୁଏ ଏବଂ ଜୀବନରେ ଅନେକ ସଫଳତା ମିଳେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    34 %
    1.6kmh
    0 %
    Tue
    41 °
    Wed
    41 °
    Thu
    41 °
    Fri
    40 °
    Sat
    42 °

    ସମ୍ବନ୍ଧିତ