Monday, April 6, 2026
33.6 C
Odisha

    ତଦନ୍ତରେ ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ମୁଖ୍ୟ ମାଧବୀ ପୁରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ଦୋଷାରୋପ କରାଯାଇ ନାହିଁ। ସରକାରୀ ସୂତ୍ରରୁ ଏହା ଜାଣିବାକୁ ମିଳିଛି। ସେ ୨୦୨୫ ମସିହା ଫେବ୍ରୁଆରି ମାସରେ ଶେଷ ହେବାକୁ ଥିବା ତାଙ୍କ କାର୍ଯ୍ୟକାଳ ଶେଷ କରିବେ।

    ଆମେରିକାର ହିନ୍ଦନବର୍ଗ ରିସର୍ଚ୍ଚ ଏବଂ କଂଗ୍ରେସ ଦଳ ଦ୍ୱାରା ସେବି ମୁଖ୍ୟଙ୍କ ବିରୋଧରେ ଆର୍ଥିକ ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଆର୍ଥିକ ଅସଦାଚରଣ ଅଭିଯୋଗକୁ ନେଇ ମାଧବୀ ପୁରୀ ତଦନ୍ତର ସମ୍ମୁଖୀନ ହୋଇଥିଲେ।

    ଯେତେବେଳେ ହିନ୍ଦନବର୍ଗ ରିସର୍ଚ୍ଚ ସେବି ଚେୟାରମ୍ୟାନ୍ ମାଧବୀ ପୁରୀଙ୍କ ନୀରବତା ଉପରେ ପ୍ରଶ୍ନ କରିଥିଲା ​​ସେତେବେଳେ ଆର୍ଥିକ ଅସଦାଚରଣ ଅଭିଯୋଗକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ହିଡେନବର୍ଗ ଅଭିଯୋଗ ଆଣିଥିଲା ଯେ ମାଧବୀ ପୁରୀଙ୍କର ଆଦାନୀ ଗ୍ରୁପ୍ ସହିତ ଅନୈତିକ ଆର୍ଥିକ ସମ୍ପର୍କ ଥାଇପାରେ, ଯାହାକି ଏବେ ବି ତଦନ୍ତ ଅଧୀନରେ ରହିଛି।

    ଏହି ଅଭିଯୋଗର ଜବାବରେ ମାଧବୀ ପୁରୀ ବୁଚ ଏବଂ ତାଙ୍କ ସ୍ୱାମୀ ଧାୱଲ ବୁଚ କହିଛନ୍ତି ଯେ ହିନ୍ଦନବର୍ଗ ରିପୋର୍ଟରେ ଦର୍ଶାଯାଇଥିବା ଦାବିଗୁଡିକ ଭିତ୍ତିହୀନ। ସେମାନେ ଦର୍ଶାଇଛନ୍ତି ଯେ ସେମାନଙ୍କର ଆର୍ଥିକ ରେକର୍ଡଗୁଡିକ ସ୍ୱଚ୍ଛ ଏବଂ ଏହି ଅଭିଯୋଗ ସେମାନଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    33 %
    3.3kmh
    96 %
    Mon
    34 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ