Saturday, July 27, 2024
25.7 C
Odisha

    ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ସିକ୍ରେଟ ଡିଲ । ଦଳ ଅଦଳବଦଳ ପାଇଁ ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ଶହେ କୋଟି ଦେଇଥିବା ଚର୍ଚ୍ଚା

    ଆଗକୁ ପଢନ୍ତୁ

    ପାଣ୍ଡ୍ୟାଙ୍କ ପାଇଁ ବଡ ଡିଲ୍ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟାଙ୍କୁ ନିଜ ଦଳକୁ ଆଣିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟନ୍ସକୁ ୧୦୦କୋଟି ଟଙ୍କା ପ୍ରଦାନ କରିଛି । ଚର୍ଚ୍ଚା ହେଉଛି ଏହି ଅଫର ପାଇବା ପରେ ପାଣ୍ଡ୍ୟା ମୁମ୍ବାଇକୁ ଫେରିଛନ୍ତି । ଏହି ଷ୍ଟାର ଅଲ ରାଉଣ୍ଡର ମୁମ୍ବାଇକୁ ଆସିବା କ୍ଷଣି ଦଳରେ ତାଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମୁମ୍ବାଇ ଇଣ୍ଡିଆନ୍ସକୁ ୫ଥରର ଆଇପିଏଲ ଚାମ୍ପିୟନ କରିଥିବା ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଯାହା କ୍ରିକେଟ ପ୍ରେମୀ ବିଶେଷ କରି ରୋହିତଙ୍କ ଫ୍ୟାନଙ୍କୁ ବଡ ଝଟକା ଦେଇଥିଲା । ଏପରିକି ମୁମ୍ବାଇ ଇଣ୍ଡିଆନ୍ସର ସୋସିଆଲ ମିଡିଆ ଫଲୋୟର ମଧ୍ୟ ବେଶ କମିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଦଳକୁ ପ୍ରଥମ ସଂସ୍କରଣରେ ବିଜେତା କରିଥିବା ବେଳେ ପୂର୍ବବର୍ଷ ଦଳକୁ ଫାଇନାଲ ରେ ପହଞ୍ଚାଇଥିଲେ । ତେବେ ମୁମ୍ବାଇର ଏହି ନିଷ୍ପତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏମଆଇ ଫ୍ୟାନ୍ସ । କେଉଁଠି ଏମଆଇର ଜର୍ସି ପୋଡାଯିବାର ଚିତ୍ର ଆସୁଛି ତ ଆଉ କେଉଁଠି ପାଣ୍ଡ୍ୟାଙ୍କୁ ଫ୍ୟାନ୍ସମାନେ ଚିଡାଇବାରେ ଭିଡିଓ ଭାଈରାଲ ହେଉଛି । ସୂଚନା ମୁତାବକ ପାଣ୍ଡ୍ୟା ଆହତ ସମସ୍ୟାରୁ ଫେରିଛନ୍ତି ଏବଂ ଚଳିତ ବର୍ଷ ଆଇପିଏଲ ମଧ୍ୟ ନଜର ଆସିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    93 %
    1.5kmh
    100 %
    Sat
    27 °
    Sun
    29 °
    Mon
    31 °
    Tue
    30 °
    Wed
    25 °

    ସମ୍ବନ୍ଧିତ