Friday, October 16, 2026
28.4 C
Odisha

    ନିୟମ ଉଲ୍ଲଂଘନ କରି ଅନ୍‌ଲାଇନ୍‌ରେ ଫୋନ୍ ବିକ୍ରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶର ବହୁ ପ୍ରମୁଖ ସ୍ମାର୍ଟଫୋନ୍ ନିର୍ମାତା ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ଆଗଧାଡ଼ିର ଇ-କମର୍ସ କମ୍ପାନି ସହ ହାତ ମିଳାଇ ସ୍ବତନ୍ତ୍ର ଭାବେ ଅନ୍‌ଲାଇନ୍‌ରେ ସେମାନଙ୍କ ଉତ୍ପାଦ ବିକ୍ରି କରୁଛନ୍ତି। ଏହା ଦ୍ବାରା ସେମାନେ ଭାରତରେ ଥିବା ପ୍ରତିଯୋଗିତା ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) କହିଛନ୍ତି।

    ଆମାଜନ ସମ୍ପର୍କରେ ସିସିଆଇ ଜାରି କରିଥିବା ୧୦୨୭ ପୃଷ୍ଠାର ତଦନ୍ତ ରିପୋର୍ଟରେ ଜଣାଇଛନ୍ତି ଯେ ସାମସଙ୍ଗ, ଶାଓମି, ମୋଟୋରୋଲା, ରିଅଲ୍‌ମି ଓ ୱାନ୍‌ପ୍ଲସ୍‌ ଏହା ସହ ଉତ୍ପାଦ ବିକ୍ରି ଲାଗି ସ୍ବତନ୍ତ୍ର ଚୁକ୍ତି କରିଛନ୍ତି। ସେହିପରି ଫ୍ଲିପ୍‌କାର୍ଟକୁ ନେଇ ଜାରି ହୋଇଥିବା ୧୬୯୬ ପୃଷ୍ଠାର ରିପୋର୍ଟରେ କୁହାଯାଇଛି ଯେ କମ୍ପାନି ସାମସଙ୍ଗ, ଶାଓମି, ମୋଟୋରୋଲା, ଭିଭୋ, ଲିନୋଭୋ ଓ ରିଅଲ୍‌ମି ସହିତ ସେହିଭଳି ଚୁକ୍ତି କରିଛି। କମ୍ପାନିଗୁଡ଼ିକର ଏଭଳି ଚୁକ୍ତି ଭାରତରେ ପ୍ରତିଯୋଗିତା ନିୟମକୁ ଉଲ୍ଲଂଘନ କରୁଥିବା ବେଳେ ଏହା ଗ୍ରାହକଙ୍କ ସ୍ବାର୍ଥ ବିରୋଧୀ ବୋଲି ସିସିଆଇର ଅତିରିକ୍ତ ଡିଜି ଭି ଜି ଶିବ ପ୍ରସାଦ କହିଛନ୍ତି। ସ୍ମାର୍ଟଫୋନ୍ କମ୍ପାନିଗୁଡ଼ିକ ଆମାଜନ ଓ ଫ୍ଲିପ୍‌କାର୍ଟ ସହ ହାତ ମିଳାଇ ସ୍ବତନ୍ତ୍ର ଭାବେ ସେମାନଙ୍କ ଉତ୍ପାଦକୁ ବିକ୍ରି କରୁଥିବାରୁ ଗ୍ରାହକମାନେ କେବଳ ସେହି ଦୁଇ ପ୍ଲାଟଫର୍ମରୁ ଫୋନ୍ କିଣିବାକୁ ବାଧ୍ୟ ହେଉଛନ୍ତି।

    କମ୍ପାନିଗୁଡ଼ିକୁ ଉତ୍ପାଦ ତାଲିକାଭୁକ୍ତ କରିବାରେ ଅଗ୍ରାଧିକାର ମିଳୁଥିବା ବେଳେ ସେମାନେ ଅଧିକ ରିହାତି ମଧ୍ୟ ଦେଉଛନ୍ତି। ଫଳ‌ରେ ଅନ୍ୟ ସ୍ମାର୍ଟଫୋନ୍ ନିର୍ମାତା କିମ୍ବା ଅନ୍‌ଲାଇନ୍‌ ପ୍ଲାଟଫର୍ମଗୁଡ଼ିକ ଲାଗି ସେମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାର କୌଣସି ସୁଯୋଗ ହିଁ ରହୁନାହିଁ। ଷ୍ଟୋର୍‌ରେ ଫୋନ୍ ବିକ୍ରି କରୁଥିବା ରିଟେଲରମାନେ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। କାଉଣ୍ଟରପଏଣ୍ଟ୍‌ର ରିପୋର୍ଟ ଅନୁସାରେ ସାମସଙ୍ଗ ଓ ଚୀନ୍‌ର ଶାଓମି ହେଉଛନ୍ତି ଭାରତର ଦୁଇ ପ୍ରମୁଖ ସ୍ମାର୍ଟଫୋନ୍ ନିର୍ମାତା। ସେମାନଙ୍କ କବ୍‌ଜାରେ ସ୍ମାର୍ଟଫୋନ୍ ବଜାରର ୩୬ ପ୍ରତିଶତ ଅଂଶ ରହିଥିବା ବେଳେ ଭିଭୋ କବ୍‌ଜାରେ ୧୯ ପ୍ରତିଶତ ବଜାର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ