Tuesday, October 6, 2026
23.4 C
Odisha

    ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗ: ଚିନ୍ତା ପ୍ରକଟ କଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର ଜଣେ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପୀଡ଼ିତଙ୍କୁ ନ୍ୟାୟ ଦେବା ଲାଗି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।

    ସେ ସାେସିଆଲ୍ ମିଡିଆ‘ଏକ୍ସ’ ରେ ଲେଖିଛନ୍ତି, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର ଜଡ଼ିତ ଥିବା ଘଟଣାକୁ ନେଇ ମୁଁ ଗଭୀର ଚିନ୍ତିତ। ପ୍ରକାଶ ଯେ, ଜୁଲାଇ ୭ ତାରିଖ ରାତିରେ ସେ ପୁରୀର ରାଜଭବନ ଦାୟିତ୍ୱରେ ଥିବା ଜଣେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ଏବଂ ପୀଡିତାଙ୍କ ପାଇଁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    76 %
    1.6kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ