Sunday, October 4, 2026
24.3 C
Odisha

    ନକଲି ଗ୍ରାହକ ସାଜି ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କଲା ପୁଲିସ୍‌

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ରର ନବି ମୁମ୍ବାଇ ତଲୋଜାରେ ଚାଲୁଥିବା ଏକ ବଡ଼ ଧରଣର ସେକ୍ସ ରାକେଟ୍‌ର ନିକଟରେ ପର୍ଦ୍ଦାଫାସ ହୋଇଛି। ପୁଲିସ୍‌ ଛଦ୍ମବେଶରେ ଯାଇ ଦେହ ବ୍ୟବସାୟରେ ଲିପ୍ତ ଥିବା ୨ ମହିଳାଙ୍କୁ ଗିରଫ କରିଛି। ଏହସହିତ ଜଣେ ବାଂଲାଦେଶୀ ମହିଳାଙ୍କ ଉଦ୍ଧାର ମଧ୍ୟ କରାଯାଇଛି। ସେକ୍ସ ରାକେଟ୍‌‌ର ପର୍ଦ୍ଦାଫାସ କରିବାର ଅପରେସନ୍‌ ମଙ୍ଗଳବାର ଦିନ ଆରମ୍ଭ ହୋଇଥିଲା।

    ପୁଲିସ୍‌ ଦେଇଥିବା ସୂଚନା ମୁତାବକ, ଏକ ଆବାସିକ ଅଞ୍ଚଳରେ ସେକ୍ସ ରାକେଟ୍‌ ଚାଲୁଛି ବୋଲି ପୁଲିସ୍‌କୁ କେହି ଜଣେ ଗୁପ୍ତ ସୂଚନା ଦେଇଥିଲା। ସୂଚନା ମିଳିବା ପରେ ପୁଲିସ୍‌ ନକଲି ଗ୍ରାହକ ସାଜି ସେଠାକୁ ଯାଇଥିଲା। ସେଠ‌ାରେ ପୁଲିସ୍‌କୁ ରକେଟ୍‌କୁ ପରିଚାଳନ କରୁଥିବା ଜଣ ମହିଳା ମିଳିଲେ। ତାଙ୍କ ନାମ ସହିନା ସୁର୍ସଫ୍‌ ଖାନ୍‌ (୩୦)।

    ସେଠାକୁ ଗଲା ପରେ ଜଣାପଡ଼ିଲା ଯେ ଗ୍ରାହକଙ୍କୁ ଡିଜିଟାଲ୍‌ ମାଧ୍ୟମରେ ଟଙ୍କା ଦେବାକୁ କୁହାଯାଇଥିଲା। ପରେ ସେହି ମହିଳାଙ୍କୁ ଗିରଫ କରାଯାଇଛି।

    ପୁଲିସ୍‌ ସମୁଦାୟ ୨ ଜଣ ମହିଳାଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ହସିନା ନାମ୍ନୀ ମହିଳା ବେଙ୍ଗାଲୁରୁର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର କୋଲକାତା। ତେବେ ଉଦ୍ଧାର ହୋଇଥିବା ମହିଳା ଜଣଙ୍କୁ ମୁମ୍ବାଇର ଚେମ୍ବୁରରେ ଥିବା ସୁଧାର ଗୃହକୁ ପଠାଇ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ