Sunday, October 4, 2026
24.3 C
Odisha

    ଝିଅ ପାଇଁ ନୂଆ ରେଞ୍ଜ୍‌-ରୋଭର୍‌ କିଣିଲେ ରଣବୀର-ଦୀପିକା!

    ଆଗକୁ ପଢନ୍ତୁ

    ମୁମ୍ବାଇ: ଗତ କିଛି ମାସ ହେବ ବଲିଉଡ୍‌ ଅଭିନେତା ରଣବୀର ସିଂହ ଓ ତାଙ୍କ ପତ୍ନୀ ଦୀପିକା ପାଦୁକୋନ ତାଙ୍କର ପ୍ରଥମ ଶିଶୁକନ୍ୟାର ପିତାମାତା ସାଜିଛନ୍ତି। ନିକଟରେ ସେ ସେମାନଙ୍କର ପ୍ରଥମ ସନ୍ତାନକୁ ଏକ ବିଳାସମୟ କାର୍‌ ଉପହାର ଦେଇଛନ୍ତି।

    ଜାଣିବାକୁ ମିଳିଛି ଯେ ରଣବୀର ଓ ଦୀପିକା ସେମାନଙ୍କ ଝିଅ ପାଇଁ ଏକ ରେଞ୍ଜ୍‌ ରୋଭର୍‌ କାର୍‌ କିଣିଛନ୍ତି। ୪.୭୪ କୋଟି ଟଙ୍କା ମୂଲ୍ୟର ସବୁଜ ରଙ୍ଗର କାର ତାଙ୍କ ଘର ବାହାରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ସେମାନେ ତାଙ୍କର ଏହି ନୂଆ କାର୍‌କୁ ତାଙ୍କ ଝିଅକୁ ଉପହାର ଦେଇଛନ୍ତି।

    ରେଞ୍ଜ୍‌ ରୋଭର୍‌ ୪.୪ଏଲ୍‌ଡବ୍ଲୁବି ହେଉଛି ରଣବୀରଙ୍କ କାର ସଂଗ୍ରହର ଚତୁର୍ଥ କାର। ଅଭିନୋ ୨୦୨୪ ମସିହା ସେପ୍ଟେମ୍ବର ୮ ତାରିଖରେ ନିଜ ଝିଅର ବାପା ବନିଛନ୍ତି।

    ରଣବୀର ଏବଂ ଦୀପିକା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କ୍ୟାପସନ୍ ଲେଖିଥି‌ଲେ, ‘‘ଶିଶୁ କନ୍ୟାକୁ ସ୍ୱାଗତ!’’ ଏହି କାରଟି ସେମାନଙ୍କ ଝିଅ ଜନ୍ମର କିଛି ସପ୍ତାହ ପରେ କିଣାଯାଇଥିଲା। ମଙ୍ଗଳବାର ଦିନ ତାଙ୍କ ଘରେ ପାର୍କିଂ ହୋଇଥିବା ନୂଆ କାରର ଭିଡିଓ ଅନଲାଇନରେ ଭାଇରାଲ ହୋଇଛି।

    ଏହି କାର୍‌ କିଣିବା ପାଇଁ ଅକ୍ଟୋବର ୪ ତାରିଖରେ ପଞ୍ଜିକରଣ ପ୍ରକ୍ରିୟା ସମାପ୍ତ ହୋଇଥିଲା। କାରର ଭିଡିଓ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ରଣବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ନୂଆ କାର ତାଙ୍କ ଶିଶୁ କନ୍ୟା ପାଇଁ ଅଛି କି ବୋଲି ପ୍ରଶ୍ନ କରୁଛନ୍ତି।

    ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଉଭୟ ରଣଭୀର ଏବଂ ଦୀପିକା ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସିଂଘମ୍‌ ଏଗେନ୍‌’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, କରୀନା କପୁର ଖାନ୍, ଅକ୍ଷୟ କୁମାର ଏବଂ ଅନ୍ୟମାନେ ମୁଖ୍ୟ ଭୂମିକାରେ ଅଛନ୍ତି। ନଭେମ୍ବର ପହିଲାରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ