Monday, October 12, 2026
28 C
Odisha

    ଆମେରିକାରେ ଗୁଳିକାଣ୍ଡ ୨ ମୃତ, ୧୬ ଆହତ

    ଆଗକୁ ପଢନ୍ତୁ

    ଟେକ୍ସାସ୍‌: ଆମେରିକାରେ ଗତକାଲି ଟେକ୍ସାସ୍‌ର ରାଉଣ୍ଡ ରକ୍‌ ପାର୍କ ଓ ମିସିଗାନ୍‌ର ୱାଟର ପାର୍କରେ ଗଣ-ଗୁଳିକାଣ୍ଡ ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ‌ବେଳେ ତିନି ଶିଶୁଙ୍କ ସହ ୧୬ ଆହତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ଟେକ୍ସାସ୍‌ ରାଉଣ୍ଡ୍‌ ରକ୍‌ ପାର୍କରେ ଏକ ଉତ୍ସବ ଆୟୋଜିତ ହୋଇଥିଲା। ରାତି ପ୍ରାୟ ୧୧ଟା ବେଳେ ସେଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏହି ସମୟରେ ଜଣେ ବନ୍ଧୁକଧାରୀ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ଶିଶୁଙ୍କ ସହ ୬ ଜଣ ଆହତ ହୋଇଛନ୍ତି ବୋଲି ରାଉଣ୍ଡ୍‌ ରକ୍‌ ପୁଲିସ୍‌ ମୁଖ୍ୟ ଆଲେନ୍‌ ବ୍ୟାଙ୍କ୍‌ ସୂଚନା ଦେଇଛନ୍ତି। ତେବେ ଗୁଳିଚଳାଇଥିବା ଅଭିଯୁକ୍ତଜଣକ ପୁଲିସ୍‌କୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର୍‌ ହେବାରେ ସକ୍ଷମ ହୋଇଛି।
    ସେହିଭଳି ମିସିଗାନ୍‌ର ଏକ ୱାଟର ପାର୍କରେ ଗତକାଲି ସପ୍ତାହାନ୍ତ ଛୁଟି ହେତୁ ଜନଗହଳି ଥିଲା। ଅପରାହ୍‌ଣ ୫ଟା ବେଳେ ବ୍ରୁକ୍‌ଲ୍ୟାଣ୍ଡସ୍‌ ପ୍ଲାଜା ସ୍ପ୍ଲାସ୍‌ ନିକଟରେ ଜଣେ ବ୍ୟକ୍ତି ପହଞ୍ଚି ଲୋକଙ୍କ ଉପରକୁ ପ୍ରାୟ ୨୮ ରାଉଣ୍ଡ ଗୁଳି ଚଳାଇଥିଲା। ଏହି ଗୁଳିକାଣ୍ଡରେ ଜଣେ ଶିଶୁଙ୍କ ସମେତ ୧୦ଜଣ ଆହତ ହୋଇଛନ୍ତି। ଓକ୍‌ଲ୍ୟାଣ୍ଡ କାଉଣ୍ଟିର ପୁଲିସ ମୁଖ୍ୟ ମିସେଲ୍‌ ବୌଚାର୍ଡ କହିଛନ୍ତି ଯେ ଗୁଳି ଚଳାଇବା ପରେ ଅଭିଯୁକ୍ତଜଣକ ଖସିଯାଇ ନିକଟସ୍ଥ ଏକ ଘରେ ଲୁଚି ରହିଥିଲା। ପୁଲିସ୍‌ ଅଭିଯୁକ୍ତକୁ ଠାବ କରିବା ପରେ ସେଠାରେ ଗୁଳିବିନିମୟ ହୋଇଥିଲା ଏବଂ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    69 %
    1.4kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ