Friday, September 11, 2026
27.1 C
Odisha

    ଗ୍ରାହକଙ୍କ ମାଡ଼ରେ ଚାଲିଗଲା ଦୋକାନୀଙ୍କ ଜୀବନ

    ଆଗକୁ ପଢନ୍ତୁ

    ଭଦ୍ରକ: ଭଦ୍ରକର ଚରମ୍ପା ବରାଳ ପୋଖରୀ ଅଞ୍ଚଳରେ ଜଣେ ଗ୍ରାହକଙ୍କ ମାଡ଼ରେ ଜଣେ ଦୋକାନୀଙ୍କର ମୃତ୍ୟୁ ଘଟିଥିବା ନେଇ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ସାଢେ଼ ୧୦ ଟା ବେଳେ ଭଦ୍ରକ ବଣିଆ ଗ୍ରାମର ବିଜୟ ପଣ୍ଡା ନାମକ ଜଣେ ଲୋକ ଚରମ୍ପା ବରାଳ ପୋଖରୀ ଅଞ୍ଚଳରେ ନିଜର ତେଜରାତି ଦୋକାନ ଖୋଲିଥିବା ବେଳେ ଏହି ସମୟରେ ତାଙ୍କ ଦୋକାନକୁ ଆସି ବାରାଳ ପୋଖରି ଗ୍ରାମର କାମେଶ ପରିଡ଼ା ଓରଫ ପିଣ୍ଟୁ ପରିଡ଼ା ନାମକ ଜଣେ ଯୁବକ ସଉଦା ନେଇଥିଲେ। ତାଙ୍କର ସଉଦା ବାବଦକୁ ୧୮୦ ଟଙ୍କା ହୋଇଥିବା ବେଳେ ପିଣ୍ଟୁ କାଳେ ଦୋକାନୀଙ୍କୁ ୧୪୦ ଟଙ୍କା ପ୍ରଦାନ କରିଥିଲେ। ଏଥିରେ ଦୋକାନୀ ବିଜୟ ପଣ୍ଡା ଅରାଜି ହୋଇଥିଲା। ମୋର ଦୋକାନ ଏବେ ଖୋଲୁଛି। ବାକି ରଖିବି ନାହିଁ ବୋଲି କହିବାରୁ ପିଣ୍ଟୁ ପରିଡ଼ା କାଳେ ରାଗିଯାଇ ସଂପୃକ୍ତ ଦୋକାନୀଙ୍କୁ ଏକ ଧକ୍କା ପକାଇଥିଲା। ପିଣ୍ଟୁର ଧକ୍କାରେ ଦୋକାନୀ ବିଜୟ ତଳେ ପଡି ଯାଇଥିଲେ। ବିଜୟଙ୍କୁ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଚିକିତ୍ସା ପାଇଁ ଭଦ୍ରକ ମେଡ଼ିକାଲ ଆସିଥିବା ବେଳେ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
    ଏହି ଘଟଣା ପ୍ରଚାରିତ ହେବା ପରେ ବଣିଆ ଗ୍ରାମର ନଳିନୀ ପଣ୍ଡା ନାମକ ଜଣେ ଯୁବକ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମୂଳେ ଭଦ୍ରକ ଟାଉନ୍ ପୁଲିସର ଏକ ସ୍ବତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଦୋକାନୀ ବିଜୟଙ୍କୁ ଧକ୍କା ମାରି ଥିବା କାମେଶ୍ ପରିଡ଼ା ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ଚରମ୍ପା ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଜୟ ହତ୍ୟାକାଣ୍ଡ ରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ନିକଟରେ ଦାବି କରାଯାଇଛି। ତେବେ କାମେଶ ଫେରାର ଥିବାରୁ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି। ମୃତ ବିଜୟର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକକୁ ହସ୍ତାନ୍ତର କରାଯାଇଛି। ବିଜୟଙ୍କର ମୃତ୍ୟୁ ଘଟଣାରେ ନିଜ ଗ୍ରାମ ବଣିଆ ଅଞ୍ଚଳରେ ଶୋକ ପ୍ରକାଶ ପାଇଁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.1 ° C
    27.1 °
    27.1 °
    86 %
    3.2kmh
    94 %
    Fri
    28 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ