Sunday, October 4, 2026
22.7 C
Odisha

    ବିବାହ ଚର୍ଚ୍ଚା ମଧ୍ୟରେ ପ୍ରେମିକଙ୍କଠାରୁ ଅଲଗା ହେ‌ଲେ ଶ୍ରଦ୍ଧା କପୁର !

    ଆଗକୁ ପଢନ୍ତୁ

    ମୁମ୍ବାଇ: ବିବାହ ଚର୍ଚ୍ଚା ମଧ୍ୟରେ ପ୍ରେମିକ ରାହୁଲ ମୋଡିଙ୍କଠାରୁ ଅଲଗା ହେ‌ଲେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର। କିଛି ମାସ ତଳେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମରେ ସାଥିରେ ଯୋଗ ଦେଇ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ବଢ଼ାଇଥିଲେ ଶ୍ରଦ୍ଧା-ରାହୁଲ। ଏହା ପରେ ଇନଷ୍ଟାରେ ରାହୁଲଙ୍କ ସହ ଫଟୋ ସେୟାର କରି ଶ୍ରଦ୍ଧା ଲେଖିଥିଲେ, ‘ହୃଦୟ ରଖିଦିଅ, ହେଲେ ନିଦ ତ ଫେରାଇ ଦିଅ।’ ଏଭଳି ପୋଷ୍ଟ ପରେ ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏବେ ଶ୍ରଦ୍ଧା ପ୍ରେମିକ ରାହୁଲଙ୍କଠାରୁ ଅଲଗା ହୋଇଥିବା ଜଣାପଡ଼ିଛି।
    ଶ୍ରଦ୍ଧା ଇନଷ୍ଟାଗ୍ରାମରେ ରାହୁଲ, ତାଙ୍କ ଭଉଣୀ, ତାଙ୍କ ପ୍ରଯୋଜନା ସଂସ୍ଥା ଓ ତାଙ୍କ ପୋଷା କୁକୁରର ପେଜକୁ ଅନଫଲୋ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପ୍ରକୃତରେ ଦୁହେଁ ଅଲଗା ହୋଇଛନ୍ତି ନା ଶ୍ରଦ୍ଧା ନିଜର ଆଗାମୀ ଫିଲ୍ମ ‘ସ୍ତ୍ରୀ-୨’ର ପ୍ରଚାର ପାଇଁ ଏଭଳି କରିଛନ୍ତି, ତାହା ସାମ୍ନାକୁ ଆସିନାହିଁ।

    ତେବେ ଏଭଳି ଚର୍ଚ୍ଚା ମଧ୍ୟରେ ଶ୍ରଦ୍ଧାଙ୍କ ପ୍ରଶଂସକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ସମ୍ପର୍କକୁ ଅଧିକାରୀକ କରିବା ପରେ ଶ୍ରଦ୍ଧା ଏଭଳି କାହିଁକି ‌କଲେ ବୋଲି ତାଙ୍କ ପ୍ରଶଂସକମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ