Tuesday, September 8, 2026
29.4 C
Odisha

    ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ; ସ୍ନାନଯାତ୍ରା: ୫ଟାରୁ ପହଣ୍ଡି, ୩ଟା ୪୦ରୁ ଗଜବେଶ

    ଆଗକୁ ପଢନ୍ତୁ

    ପୁରୀ: ଜୁନ୍ ୨୨ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଭୋର୍ ୫ଟାରୁ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ବ। ପହଣ୍ଡି ଶେଷ ଓ ତିନିଠାକୁର ସ୍ନାନବେଦିରେ ବିଜେ ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହେବ। ଅପରାହ୍ନ ୩ଟା ୪୦ରେ ଗଜବେଶ ଆରମ୍ଭ ହେବ। ଶ୍ରୀମନ୍ଦିର ଛତିଶାନିଯୋଗ ଆଜି ଏହି ନୀତିକାନ୍ତିରେ ମୋହର ମାରିଛି। ୨୧ ତାରିଖରେ ସେନାପଟା ଲାଗି ନୀତି ରହିଛି। ଏହାର ନୀତିକାନ୍ତି ଓ ନୀତି ଶୃଙ୍ଖଳା ପାଇଁ ପ୍ରସ୍ତୁତ ବ୍ୟବସ୍ଥାବଳୀରେ ବି ଛତିଶାନିଯୋଗର ମୋହର ବାଜିଛି। ଆଜି ପ୍ରଥମେ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ ବସିଥିଲା। ଏଥିରେ ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା ସହ ଅନ୍ୟାନ୍ୟ ନୀତିକାନ୍ତି ଚୂଡ଼ାନ୍ତ ହୋଇଥିଲା। ପରେ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଆଜି ସଂଧ୍ୟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସର୍ବସମ୍ମତିକ୍ରମେ ନୀତି ସବ୍‌ମିଟି ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଦତ୍ତ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ନିର୍ଘଣ୍ଟ ନୀତିକାନ୍ତି ଅନୁଯାୟୀ, ଭୋର ସାଢ଼େ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ଭିତରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷପରେ ପୂର୍ବାହ୍ନ ୯ଟା ୧୦ରେ ମଙ୍ଗଳଆଳତି ହେବହେବ
    ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୩ଟାରେ ଛେରାପହଁରା ପରେ ୩ଟା ୪୦ରୁ ଶ୍ରୀଜିଉ ଗଜବେଶ ଆରମ୍ଭ ହେବ। ଗଜବେଶ ଶେଷପରେ ଅପରାହ୍ନ ୪ଟାରେ ମହନ୍ତ ଶାଢ଼ୀବନ୍ଧା, ସାଢ଼େ ୫ଟାରୁ ୭ଟା ୨୦ ଭିତରେ ଘଣ୍ଟଛତା ସକାଳଧୂପ ଅନୁଷ୍ଠିତ ହେବ। ପରେ ରାତି ସାଢ଼େ ୭ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଚାଲିବ। ରାତି ୧୧ଟାରେ ଗଜବେଶ ଓଲାଗି ପରେ ସାଢ଼େ ୧୧ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ରାତି ୨ଟା ଭିତରେ ଶେଷ ହେବ। ସେହିଦିନ ରାତି ସାଢ଼େ ୨ଟାରେ ସୁନାଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।

    ସେହିଭଳି ରାଜେନ୍ଦ୍ରାଭିଷେକ ନୀତି ପାଇଁ ଭୋର ୪ଟାରେ ଦ୍ବାରଫିଟା ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ରାତି ୧୨ଟାରେ ରାଜେନ୍ଦ୍ରାଭିଷେକ ନୀତି ଶେଷ ହେବ। ୨ଟାରେ ରାତ୍ର ପହୁଡ଼ ହେବ। ଋକ୍ମିଣୀ ହରଣ ଏକାଦଶୀରେ ଭୋର ୪ଟାରେ ଦ୍ବାରଫିଟା ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ଅପରାହ୍ନ ୧ଟା ୪୫ରେ ଋକ୍ମିଣୀ ହରଣ ନୀତି ଓ ରାତି ୧୦ଟା ୪୫ରେ ବିବାହ ଆରମ୍ଭ ହେବ। ରାତି ସାଢ଼େ ୩ଟାରେ ବିବାହ ଦିଅଁ ଭିତରକୁ ବିଜେ ପରେ ଭୋର ୪ଟାରେ ରାତ୍ର ପହୁଡ଼ ହେବ। ଚମ୍ପକଦ୍ବାଦଶୀରେ ଭୋର ୬ଟାରେ ଦ୍ବାରଫିଟା ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ରାତି ୨ଟାରେ ପହୁଡ଼ ହେବ।
    ଆଜିର ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ପିନାକ ମିଶ୍ର, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    70 %
    3kmh
    36 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ