Wednesday, September 10, 2025
31.3 C
Odisha

    ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌

    ଆଗକୁ ପଢନ୍ତୁ

    ପୁରୀ: ଆଜି ରାଜା ସାକେର ନାମକ ଜଣେ ଯୁବକ ନିଜ ଇନ୍‌ଷ୍ଟାଗ୍ରାମ ଆଇଡିରେ ଶ୍ରୀମନ୍ଦିର ଭିତର ବେଢ଼ାର ଏକାଧିକ ଫଟୋ ଛାଡ଼ିଛନ୍ତି। ଏହି ଫଟୋ ନୃସିଂହ ମନ୍ଦିର ଓ ଆନନ୍ଦ ବଜାରରୁ ଉତ୍ତୋଳନ କରାଯାଇଥିବା ଜଣାପଡ଼ୁଛି। ଶ୍ରୀମନ୍ଦିର ଭିତରେ ଛିଡ଼ା ହୋଇ ଯୁବକ ଜଣକ ନିଜ ମୋବାଇଲ୍‌ରେ ସେଲ୍‌ଫି ନେଇଛନ୍ତି, ଯେଉଁଥିରେ ଶ୍ରୀମନ୍ଦିର ଓ ନୃସିଂହ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହେଉଛନ୍ତି। ସେହିଭଳି ଆନନ୍ଦବଜାରରେ ଛିଡ଼ା ହୋଇ ଯୁବକ ଜଣକ ବଡ଼ଦାଣ୍ଡର ଫଟୋ ବି ଉତ୍ତୋଳନ କରିଛନ୍ତି। କିଛି ଦିନ ତଳେ ଜଣେ ଯୁବକ ଶ୍ରୀମନ୍ଦିର ବେଢ଼ାରେ ଛିଡ଼ା ହୋଇ ନିଜ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ ପୁନର୍ବାର ଏଭଳି ଘଟଣା, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.3 ° C
    31.3 °
    31.3 °
    63 %
    1.6kmh
    62 %
    Wed
    30 °
    Thu
    31 °
    Fri
    31 °
    Sat
    30 °
    Sun
    32 °

    ସମ୍ବନ୍ଧିତ