Friday, March 13, 2026
34.7 C
Odisha

    ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିବ ଖୁସି । ନବଜାତ ଶିଶୁକୁ ଜନ୍ମ ଦେବେ ସିଦ୍ଧୁଙ୍କ ମା’ ଚରଣ କୌର ସିଂ

    ଆଗକୁ ପଢନ୍ତୁ

    ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଖୁବଶୀଘ୍ର ଖୁସି ଆସିବାକୁ ଯାଉଛି । ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର ସିଂହ ମାର୍ଚ୍ଚମାସରେ ଏକ ସନ୍ତାନକୁ ଜନ୍ମ ଦେବାର ଖବର ରହିଛି । ସିଦ୍ଧୁ ମୁସେୱାଲାଙ୍କ ମା’ ଆଇଭିଏଫ୍ ଜ୍ଞାନକୌଶଳ ରେ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି । ସିଦ୍ଧୁ ମୁସେୱାଲାଙ୍କ ମାମୁଁ ଚମକୌର ସିଂହ ନିଜେ ଏହି ସୂଚନା ଦେଇଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପ୍ରଥମ ଥର ପାଇଁ ତାଙ୍କ ଘରେ ଖୁସିର ଲହରୀ ଶୁଣିବାକୁ ମିଳିବ ।୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସିଦ୍ଧୁ ମୁସେୱାଲା ତାଙ୍କ ପିତାମାତାଙ୍କ ଏକମାତ୍ର ପୁଅ ଥିଲେ । ତେଣୁ ତାଙ୍କ ପ୍ରଶଂସକମାନେ ସିଦ୍ଧୁ ପରିବାରର ଉତ୍ତରାଧିକାରୀଙ୍କ ପାଇଁ ଲଗାତାର ପ୍ରାର୍ଥନା କରୁଥିଲେ। ଏହି କାରଣରୁ ଏବେ ଆଇଭିଏଫ୍ ଟେକ୍ନୋଲୋଜି ସାହାଯ୍ୟରେ ସିଦ୍ଧୁଙ୍କ ମା’ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଶୁଣିବାକୁ ମିଳୁଛି ଯେ ସିଦ୍ଧୁଙ୍କ ମା’ ମାର୍ଚ୍ଚମାସରେ ଏକ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏହି ଖବର ଜଣାପଡିବା ମାତ୍ରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    11 %
    0.9kmh
    5 %
    Fri
    38 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ