Wednesday, May 21, 2025
26.3 C
Odisha

    କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ପରିବାରକୁ ପ୍ରତି ମାସରେ ୫୦୦୦ ଟଙ୍କାର ସହାୟତା ରାଶି ଦେବ: ଖଡ଼ଗେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ବିଶାଳ ଜନସଭା କରି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସେ କହିଛନ୍ତି ଯେ, ଦଳ ସତ୍ତାକୁ ଆସିଲେ ଆନ୍ଧ୍ରର ଗରିବ ପରିବାରକୁ ପ୍ରତି ମାସରେ ୫୦୦୦ ଟଙ୍କାର ସହାୟତା ରାଶି ଦେବ । ଏହି ଯୋଜନାର ନାଁ ରଖାଯିବ ‘ଇନ୍ଦିରାମ୍ମା ୟୁନିଭର୍ସାଲ ବେସିକ ଇନକମ୍’ । ଏହି ଅର୍ଥ ସିଧା ହିତାଧିକାରୀ ମହିଳାଙ୍କ ଆକାଉଣ୍ଟକୁ ଯିବ ।ଖଡଗେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କଂଗ୍ରେସ ସତ୍ତାକୁ ଆସେ ତେବେ ଆନ୍ଧ୍ରପ୍ରଦେଶରେ କଡପ୍ପାରେ ଦୁଗାରାଜପଟନମ୍ ବନ୍ଦର ଓ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ରାଜ୍ୟର ବିକାଶ ସୁନିଶ୍ଚିତ କରିବାକୁ ରାୟଲସୀମା ଓ ଉତ୍ତର ଆନ୍ଧ୍ର ପାଇଁ ବିଶେଷ ଅନୁଦାନ ପ୍ୟାକେଜ ଲାଗୁ କରିବ ।

    ଖଡଗେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, କଂଗ୍ରେସର ଗ୍ୟାରେଣ୍ଟି ବିଜେପିର ଗ୍ୟାରେଣ୍ଟି ଭଳି ନୁହେଁ । କଂଗ୍ରେସ ଯାହା କୁହେ ତାକୁ କାର୍ଯ୍ୟରେ ପରିଣତ କରେ । ବିଜେପି ୨ କୋଟି କର୍ମ ନିଯୁକ୍ତି ସହ ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବାର ପ୍ରତିଶ୍ରୁତି ଦେଇଥିଲା ଯାହା ଆଜିଯାଏ ପୂରଣ ହୋଇପାରିଲାନାହିଁ । ତେଣୁ ଭୋଟର କଂଗ୍ରେସକୁ ବିଚାର କରିବାକୁ ସେ ଅପିଲ କରିଛନ୍ତି । ଏହା ସହ ଆନ୍ଧ୍ରରେ ୱାଇଏସ ଶିର୍ମଲାଙ୍କୁ ସଶକ୍ତ କରବାକୁ ଅପିଲ କରିଛନ୍ତି ଖଡଗେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.3 ° C
    26.3 °
    26.3 °
    76 %
    2.7kmh
    60 %
    Tue
    26 °
    Wed
    34 °
    Thu
    30 °
    Fri
    32 °
    Sat
    38 °

    ସମ୍ବନ୍ଧିତ