Tuesday, April 7, 2026
24.4 C
Odisha

    ପର୍ଯ୍ୟଟକଙ୍କ ପାଇଁ ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

    ଆଗକୁ ପଢନ୍ତୁ

    ବାରିପଦା: ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ଗୁରୁବାର-ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଯୋଗୁଁ କିଛି ସ୍ଥାନରେ ଲୋକେ ଘରୁ ବାହାରି ପାରି ନାହାନ୍ତି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ସମାନ ଅବସ୍ଥା। ବାତ୍ୟା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଗତ ୨୩ ତାରିଖ ଠାରୁ ପର୍ଯ୍ୟଟକମାନଙ୍କର ପ୍ରବେଶ ବାରଣ ରହିଛି। ଏବେ ଶିମିଳିପାଳ ଅଭୟାରଣ୍ୟ ଆହୁରି ୩ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଅକ୍ଟୋବର ୨୬ରୁ ୨୮ ତାରିଖ ଯାଏଁ ଶିମିଳିପାଳ ବନ୍ଦ ରହିବ।
    ସୂଚନାଯୋଗ୍ୟ ବାତ୍ୟାର ପ୍ରଭାବରେ ମୟୂରଭଂଜ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଜାରି ରହିଛି। ମୟୂରଭଂଜ ଜିଲ୍ଲାରେ ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୭୮୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ମୋଟ ୨୬ଟି ବ୍ଲକରେ ହାରାହାରି ୩୦.୧୭ ମିମି ବର୍ଷା ହୋଇଛି। ବିଶୋୟୀ ବ୍ଲକରେ ସର୍ବାଧିକ ୬୮ମିମି ବର୍ଷା ରେକର୍ଡ ହୋଇଛି। କରଞ୍ଜିଆରେ ସର୍ବନିମ୍ନ ୪ମିମି ବର୍ଷା ରେକର୍ଡ ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ