Thursday, July 17, 2025
26.4 C
Odisha

    ସୁର ରାଉତରାୟ ଏବଂ ତାଙ୍କ ପୁଅ ସିଦ୍ଧାର୍ଥଙ୍କୁ ବିରୋଧ କରି ନାରାବାଜି

    ଆଗକୁ ପଢନ୍ତୁ

    କଂଗ୍ରେସ ଭବନରେ ଜଟଣି କଳି । ଟିକେଟ୍ ହାତେଇବାକୁ ନେଇ କଂଗ୍ରେସ ଭବନରେ ଦଳୀୟ କର୍ମୀଙ୍କ ନାରାବାଜି । ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଚଳିତଥର ନିର୍ବାଚନ ଲଢିବେ ନାହିଁ । ତେଣୁ ଏହି ଆସନର ଟିକେଟ୍ କିଏ ହାତେଇବ ତାକୁ ନେଇ ଚର୍ଚ୍ଚା ଚାଲିଛି । ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି । ଗତକାଲି ସେ ଜଟଣି ବିଜେପିରୁ ଇସ୍ତଫା ଦେଇଥିବା ସନ୍ତୋଷ ଜେନାଙ୍କୁ ଦଳରେ ସାମିଲ କରିବାକୁ ଆଣିଥିଲେ । ଏହି ସମୟରେ ସୁରଙ୍କ ବିରୋଧୀ ଗୋଷ୍ଠୀ ବିରୋଧ କରିବା ସହିତ ହୋ ହାଲ୍ଲା କରିଥିଲେ । ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ ଏହାର ନେତୃତ୍ୱ ନେଇଥିବା ଜଣାପଡିଛି । ସଂଗ୍ରାମ ମଧ୍ୟ ଜଟଣି ବିଧାନସଭାର କଂଗ୍ରେସ ଟିକେଟ୍ ପାଇଁ ଅନ୍ୟତମ ଆଶାୟୀ ବୋଲି ଜଣାପଡିଛି । ଅଳ୍ପ କିଛି ଦିନ ମଧ୍ୟରେ କଂଗ୍ରେସ ବାକି ବିଧାନସଭା ଆସନର ଟିକେଟ୍ ଘୋଷଣା କରିବ । ଏବେ ସୁଦ୍ଦା କଂଗ୍ରେସ ୮ ଲୋକସଭା ଆସନ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହାପୂର୍ବରୁ ନେତା ମାନେ ଟିକେଟ୍ ପାଇବାକୁ ସମସ୍ତ କସରତ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.4 ° C
    26.4 °
    26.4 °
    87 %
    2kmh
    100 %
    Thu
    26 °
    Fri
    34 °
    Sat
    32 °
    Sun
    29 °
    Mon
    30 °

    ସମ୍ବନ୍ଧିତ