Wednesday, October 7, 2026
30.3 C
Odisha

    ଏଲଭିଶ ଯାଦବଙ୍କ ସମେତ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ନୋଏଡ଼ା ପୁଲିସ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ଓଟିଟି୨ ବିଜେତା ଏଲଭିଶ ଯାଦବଙ୍କ ସମେତ ୮ ଜଣଙ୍କ ବିରୋଧରେ ନୋଏଡା ପୁଲିସ ଶୁକ୍ରବାର ଦିନ ୧୨୦୦ ପୃଷ୍ଠାର ଏକ ଚାର୍ଜସିଟ ଦାଖଲ କରିଛି। ଚାର୍ଜସିଟରେ ୨୪ ସାକ୍ଷୀଙ୍କ ବୟାନ ଏଲଭିଶ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ରେକର୍ଡ କରାଯାଇଛି। ଚାର୍ଜସିଟରେ ନୋଏଡା ପୁଲିସ କହିଛି ଯେ ଜେଲରେ ଥିବା ସମସ୍ତ ସାପ ବିଷ ଯୋଗାଣକାରୀଙ୍କ ସହ ଏଲଭିଶଙ୍କର ସମ୍ପର୍କ ରହିଥିଲା ​​ଏବଂ ସାପ ବିଷ କିଣିବା ତଥା ବିକ୍ରୟ କରିବାର କଳା ବ୍ୟବସାୟରେ ମଧ୍ୟ ସେ ଜଡିତ ଥିଲେ।

    ଡିସିପି ନୋଏଡା ଜେଏନଓ ବିଦ୍ୟା ସାଗର ମିଶ୍ର କହିଛନ୍ତି ଯେ ‘‘ସମସ୍ତ ନାମିତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। କୋର୍ଟରେ ମଧ୍ୟ ପର୍ଯ୍ୟାପ୍ତ ପ୍ରମାଣ ଉପସ୍ଥାପନ କରାଯାଇଛି। ମୁମ୍ବାଇରେ ଅବସ୍ଥିତ ଫରେନସିକ୍ ମେଡିସିନ୍ ଏବଂ ମନସ୍ତତ୍‌ ବିଭାଗର ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଏଲଭିଶଙ୍କୁ ଗିରଫ କରିବା ପାଇଁ ପୁଲିସ ଏକ ଅପରେସନ ପ୍ରସ୍ତୁତ କରିଥିଲା ​​ଏବଂ ନୋଏଡା ପୁଲିସ ସାରା ଦେଶରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ମାମଲାରୁ ତଥ୍ୟ ସଂଗ୍ରହ କରିଥିଲା।’’

    ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ନିକଟରେ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ୧୪ଦିନିଆ ରିମାଣ୍ଡରେ ପଠାଯାଇଥିଲା। ୫ଦିନ ଜେଲରେ ରହିବା ପ‌ରେ  ଶୁକ୍ରବାର ମାର୍ଚ୍ଚ ୨୨ରେ ତାଙ୍କୁ ଜାମିନ ମିଳିଥିଲା। ଜାମିନ ପାଇ ଘରକୁ ଫେରିବା ପରେ ସୋସିଆଲ ମିଡିଆରେ ଏକ ସେଲଫି ପୋଷ୍ଟ କରି ଏଲଭିସ୍ ପ୍ରତିକ୍ରିୟା ଦେଇ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ