Wednesday, July 9, 2025
25.1 C
Odisha

ଆମ ବାପାକୁ ଫାଶୀ ଦିଅ: କାନ୍ଦି କାନ୍ଦି ଏଭଳି କହିଲେ ପୁଅ

ଆଗକୁ ପଢନ୍ତୁ

ମୋରଦାବାଦ: ଉତ୍ତରପ୍ରଦେଶର ମୋରଦାବାଦରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି | ବାସ୍ତବରେ ଜଣେ ନିଷ୍ଠୁର ସ୍ୱାମୀ ତାଙ୍କ ପତ୍ନୀଙ୍କ ଗଳା ଚିପି ହତ୍ୟା କରିଥିଲେ। ଏହି ଅପରାଧ କରିବା ପରେ ସ୍ୱାମୀ ଘରେ ତାଲା ପକାଇ ପଳାଇ ଯାଇଥିଲେ। ଏହି ମାମଲା ଉତ୍ତରପ୍ରଦେଶ ନାଗଫାନି ପୁଲିସ ଷ୍ଟେସନ ଅଂଚଳରେ ଘଟିଛି | ଏବାବଦରେ ଜଣାପଡିବା ପରେ ପୁଲିସ ମୃତଦେହ ଜବତ କରି ଏବେ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଏବେ ଅଭିଯୁକ୍ତ ସ୍ୱାମୀ ଭୁରେ ବାଲ୍ମୀକିକୁ ଖୋଜୁଥିବାବେଳେ ଏହି ଦମ୍ପତିଙ୍କର ଚାରି ସନ୍ତାନ ଥିଲେ |

ପୁଲିସ କହିଛି ଯେ ବଡପୁଅ ସନ୍ଧ୍ୟାରେ ଯେତେବେଳେ ଡ୍ୟୁଟିରୁ ଘରକୁ ଫେରିଥିଲେ, ସେତେବେଳେ ଘର ତାଲା ପଡିଥିବାର ଦେଖିଥିଲା । ଏହାପରେ ପୁଅ ତାଲା ଭାଙ୍ଗି ଘରେ ପ୍ରବେଶ କଲା। ତେବେ ବଡ ପୁଅ ଘର ଭିତରର ଦୃଶ୍ୟ ଦେଖି ଚକିତ ହୋଇଯାଇଥିଲା। ମାଙ୍କର କୋଠରୀରେ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିଲା | ବଡ ପୁଅ ସାଗର କହିଛନ୍ତି ଯେ ସନ୍ଧ୍ୟା ସାତଟା ବେଳେ ଘରକୁ ଫେରିଥିଲେ। ଦୁଇ ଭାଇ ମଧ୍ୟ କାମ କରିବାକୁ ଯାଇଥିଲେ। ଘଟଣା ସମୟରେ ମା ଓ ବାପା ଏକୁଟିଆ ଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ୪ ଛୁଆଙ୍କ ମଧ୍ୟରୁ ଉଭୟଙ୍କର ଏକ ପୋଷ୍ୟ ସନ୍ତାନ ଥିଲେ |

ଏହି ପୋଷ୍ୟ ସନ୍ତାନକୁ ନେଇ ସ୍ୱାମୀ ଖୁସି ନଥିଲେ। ପୋଷ୍ୟ ସନ୍ତାନକୁ ନେଇ ଦମ୍ପତିଙ୍କ ମଧ୍ୟରେ ମତଭେଦ ଲାଗି ରହୁଥିଲା । ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗୁଥିଲା | ବଡ ପୁଅ କହିଛନ୍ତି ଯେ ତାଙ୍କ ପିତା ସେମାନଙ୍କ ମୁଣ୍ଡ ଉପରୁ ମା’ର ପଣତ ଛଡ଼ାଇ ନେଇଛନ୍ତି। ତାଙ୍କ ପିତାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
25.1 ° C
25.1 °
25.1 °
86 %
3.1kmh
100 %
Wed
26 °
Thu
27 °
Fri
28 °
Sat
27 °
Sun
28 °

ସମ୍ବନ୍ଧିତ