Sunday, September 27, 2026
24.7 C
Odisha

    ଡେରା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କ ବିରୋଧରେ ଅପମାନଜନକ ଭିଡିଓ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କ ବିରୋଧରେ ଅପମାନଜନକ ବିଷୟବସ୍ତୁ ଥିବା ଭିଡିଓକୁ ସୋସିଆଲ ମିଡିଆରୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଜଣେ ସାମ୍ବାଦିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

    ସଂପ୍ରତି ଜେଲରେ ଥିବା ବିବାଦୀୟ ଧାର୍ମିକ ଗୁରୁ ଗୁରମିତ ରାମ ରହିମ ସିଂହଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଜସ୍ମିତ ସିଂହ କହିଛନ୍ତି ଯେ ଏହି ଭିଡିଓ ପ୍ରାଥମିକ ଦୃଷ୍ଟିରୁ ଅପମାନଜନକ ଏବଂ ସାମ୍ବାଦିକ ଶ୍ୟାମ ମୀରା ସିଂହଙ୍କୁ ତାଙ୍କ ବୟାନର ଉତ୍ସ ବିଷୟରେ ଘୋଷଣାନାମା ସହିତ ଏକ ନୂତନ ଭିଡିଓ ଅପଲୋଡ୍‌ କରିବାକୁ ସ୍ୱାଧୀନତା ପ୍ରଦାନ କରିଛନ୍ତି।

    ଗୁରମିତ ରାମ ରହିମ କିପରି ତାଙ୍କ ଅନୁଗାମୀମାନଙ୍କୁ ବୋକା ବନାଇଥିଲେ?’ ଶୀର୍ଷକ ଏହି ଭିଡିଓରେ ଜଣେ ଆତଙ୍କବାଦୀ ବୋଲି କୁହାଯାଉଥିବା ବ୍ୟକ୍ତିଙ୍କ ସହ ଏହି ବିବାଦୀୟ ଗୁରୁଙ୍କ ସଂପୃକ୍ତି ବିଷୟରେ ଅପମାନଜନକ ଅଭିଯୋଗ କରାଯାଇଛି ଏବଂ ନିରପେକ୍ଷ ବିଚାର ଏବଂ ପ୍ରତିଷ୍ଠାର ଅଧିକାରକୁ ବିପଦରେ ପକାଇଛି ବୋଲି ଆବେଦନରେ ଅଭିଯୋଗକାରୀ କହଥିଲେ।

    ଅନ୍ୟପକ୍ଷରେ ସାମ୍ବାଦିକଙ୍କ ଓକିଲ କହିଛନ୍ତି ଯେ ଏହି ଭିଡିଓରେ ସିଂଙ୍କ ବିରୋଧରେ ନିମ୍ନ ଅଦାଲତର ରାୟ ଏବଂ ଅନୁରାଗ ତ୍ରିପାଠୀଙ୍କ ଦ୍ୱାରା ଲିଖିତ ଡେରା ସଚ୍ଚା ସୌଦା ଏବଂ ଗୁରମିତ ରାମ ରହିମ ନାମକ ଏକ ପୁସ୍ତକର ବିଷୟବସ୍ତୁ ଉଲ୍ଲେଖ କରାଯାଇଛି।

    ତେବେ, ଭିଡିଓଟି ପ୍ରାଥମିକ ଦୃଷ୍ଟିରୁ ଅପମାନଜନକ ବୋଲି ଜଣାପଡିଛି ବୋଲି ବିଚାରପତି କହିଛନ୍ତି। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତ ସାମ୍ବାଦିକ ଶ୍ୟାମ ମୀରା ସିଂହଙ୍କୁ ୟୁଟ୍ୟୁବ୍‌ରୁ ସଂପୃକ୍ତ ଭିଡିଓକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ରାୟରୁ ଉଦ୍ଧୃତ ଅଂଶ ଏବଂ ବହିରୁ ଉଦ୍ଧୃତ ଅଂଶ ବିଷୟରେ ନିଜ ଘୋଷଣାନାମା ସହ ଭିଡିଓ ଅପଲୋଡ୍‌ କରିବାକୁ ସ୍ୱାଧୀନ ବୋଲି ଜଷ୍ଟିସ୍‌ ସିଂହ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ