Friday, October 18, 2024
25 C
Odisha

    ପ୍ରତିଦିନ କରନ୍ତୁ ଏହି ୩ ଟି ଏକ୍ସରସାଇଜ, ଯାହା ଆପଣଙ୍କୁ ହାର୍ଟ ରୋଗରୁ କରିବ ମୁକ୍ତି

    ଆଗକୁ ପଢନ୍ତୁ

    ଯଦି ଆପଣ ନିଜ ହାର୍ଟକୁ ଫିଟ ରଖିବାକୁ ଚାହୁଁଛନ୍ତି, ତାହେଲେ ଆପଣମାନେ ଏହି ୩ ଟି ଏକ୍ସରସାଇଜ୍‌ କରିପାରିବେ । ଯାହାଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ହେବା ସହ ଆପଣଙ୍କ ଶରୀରରେ ଶିରା ଅବରୋଧକୁ ଖୋଲିବ । ନିଜକୁ ହାର୍ଟ ଆଟାକରୁ ଦୂରେଇ ରଖିବା ପାଇଁ ଶରୀରକୁ ଠିକ ଭାବରେ ନତ୍ୟାନ୍ତ ଜରୁରୀ । ଆଜିକାଲିର ପରିବର୍ତନ ଲାଇଫ୍‌ ଷ୍ଟାଇଲ୍‌ ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏଥିପାଇଁ ହାର୍ଟ ଡିଜିଜ୍‌ରୁ ନିଜକୁ ରକ୍ଷା କରିବା ପାଇଁ ଶାରୀରିକ ଭାବରେ ସୁସ୍ଥ ରହିବା ଅତ୍ୟନ୍ତ ଜରୁରୀ । ପ୍ରତିଦିନ ଏମିତି କିଛି ଏକ୍ସରସାଇଜ୍‌ କରିବା ଉଚିତ, ଯାହା ଦ୍ୱାରା ହାର୍ଟ ମାଂସ ପେଶୀ ମଜବୁତ ହେବା ସହ ଆପଣଙ୍କ ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବ । ଏଥି ସହ ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରଲ ଓ ହାଇ ବ୍ଲଡ ପ୍ରେସରରୁ ରକ୍ଷା କରିବ । ତେବେ କେଉଁ ଏକ୍ସରସାଇଜ୍‌ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ହୋଇପାରେ । ଆସନ୍ତୁ ଜାଣିବା ।

    ଏରୋବିକ ଏକ୍ସରସାଇଜ୍‌ :
    ଏରୋବିକ୍ ଏକ୍ସରସାଇଜ୍‌ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ, ଯାହା ବ୍ଲଡ ପ୍ରେସର ଏବଂ ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନାକୁ କମ୍‌ କରିବାରେ ସାହାର୍ଯ୍ୟ କରେ । ବାସ୍ତବରେ, ଏରୋବିକ୍ ଏକ୍ସରସାଇଜ୍‌ ହାର୍ଟକୁ ଭଲ ପମ୍ପ କରିବାରେ ସାହାଯ୍ୟ କରିଥାଏ ଏବଂ ଏହିପରି ଭାବେ ଶିରାରେ ଅବରୋଧ ମଧ୍ୟ ଖୋଲିଥାଏ ।

    ଯଦି ଆପଣ ପୂର୍ବରୁ ଡାଇବେଟିସ୍‌ ରୋଗୀ ତେବେ ଏହା ଆପଣଙ୍କ ଡାଇବେଟିସ ଲେବେଲକୁ ନିୟନ୍ତ୍ରଣ କରିଥାଏ । ଏରୋବିକ ଏକ୍ସରସାଇଜ୍‌ରେ ଆପଣ ଅଧିକ ଜୋରରେ ଚାଲିବା, ପହଁରିବା, ସାଇକେଲ ଚଲାଇବା, ଟେନିସ୍ ଏବଂ ଜମ୍ପ ଦଉଡି ଭଳି ଏକ୍ସରସାଇଜ୍‌ ଅନ୍ତର୍ଭୁକ୍ତ କରିପାରିବ । ତେବେ ଆପଣ ଏହାକୁ ୫ ଦିନ ଅଧଘଣ୍ଟାରୁ କମ ସମୟ ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ଆପଣଙ୍କ ଶରୀର ପାଇଁ ବେଶ୍‌ ଲାଭଦାୟକ ହେବ ।

    ଷ୍ଟ୍ରେନ୍ଥ ଏକ୍ସରସାଇଜ୍‌ :
    ଷ୍ଟ୍ରେନ୍ଥ ଶରୀରର ଗଠନ ଉପରେ ଅତ୍ୟନ୍ତ ଭଲ ପ୍ରଭାବ ପକାଇଥାଏ । ଯେଉଁମାନେ ମୋଟାପଣ କିମ୍ବା ଅଧିକ ଓଜନିଆ, ସେମାନେ ହାର୍ଟ ସମ୍ବନ୍ଧୀୟ ରୋଗରେ ପୀଡିତ ହେବାର ସମ୍ଭାବନା ଅଧିକ ମାତ୍ରାରେ ଥାଏ । ଏପରି ପରିସ୍ଥିତିରେ, ଫ୍ୟାଟ୍‌ କମ୍‌ କରିବା ଏବଂ ମୂଳ ମାଂସପେଶୀକୁ ଶକ୍ତିଶାଳୀ କରିବା ପାଇଁ ଷ୍ଟ୍ରେନ୍ଥ ଏକ୍ସରସାଇଜ୍‌ ସର୍ବୋତ୍ତମ ହୋଇଥାଏ ।

    ଏରୋବିକ୍ ବ୍ୟାୟାମ ଏବଂ ଷ୍ଟ୍ରେନ୍ଥ ଏକ୍ସରସାଇଜ୍‌ ମିଶ୍ରଣ ଖରାପ କୋଲେଷ୍ଟ୍ରଲକୁ ଶୀଘ୍ର କମ୍‌ କରିଥାଏ । ଏପରି ପରିସ୍ଥିତିରେ, ଆପଣ ଷ୍ଟ୍ରେନ୍ଥ ଏକ୍ସରସାଇଜ୍‌ ରେ ଶରୀରର ଓଜନ, ହାତର ଓଜନ, ଡମ୍ବଲ୍ କିମ୍ବା ପୁସ୍-ଅପ୍, ସ୍କ୍ୱାଟସ୍ ଏବଂ ଚିନ୍-ଅପ୍ ଭଳି ଏକ୍ସରସାଇଜ୍‌ କରିପାରିବେ । ଆପଣମାନେ ପ୍ରତିଦିନ ଖାଇବା ପୂର୍ବରୁ ଏକ୍ସରସାଇଜ୍‌ରେ କରିପାରିବେ ।

    ସୂଚନା ଅନୁଯାୟୀ, ସପ୍ତାହରେ ଅତି କମରେ ଦୁଇ ଦିନ ଷ୍ଟ୍ରେନ୍ଥ ଏକ୍ସରସାଇଜ୍‌ କରିବା ଉଚିତ୍ । ଯାହାଦ୍ୱାରା ଆପଣ ସୁସ୍ଥ ରହିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ