Sunday, October 4, 2026
29.6 C
Odisha

    ବକ୍ସ ଅଫିସ୍‌ରେ ‘ଦୃଶ୍ୟମ୍ ୩’ର ଧମାକା, ଦୁଇ ଦିନରେ ୧୧୫ କୋଟି ପାର୍

    ଆଗକୁ ପଢନ୍ତୁ

    ଅଜୟ ଦେବଗନ ଏବେ ‘ଦୃଶ୍ୟମ୍ ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି । ଦର୍ଶକମାନେ ଏହାର ରିଲିଜକୁ ଅତ୍ୟନ୍ତ ଉତ୍ସୁକତାର ସହ ଅପେକ୍ଷା କରିଥିଲେ, ଯାହା ଅକ୍ଟୋବର ୨ ତାରିଖରେ ଶେଷ ହୋଇଛି । ଶୁକ୍ରବାର ଫିଲ୍ମଟି ସିନେମା ହଲ୍‌ରେ ରିଲିଜ୍ ହେବା ପରେ ପ୍ରଥମ ଦିନରୁ ହିଁ ବକ୍ସ ଅଫିସ୍‌ରେ ଧମାଲ କରିଛି ଏବଂ ଏହାର ଆୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବକ୍ସ ଅଫିସରେ ଧମାଲ କରୁଛି ଅଜୟ ଦେବଗନଙ୍କ ‘ଦୃଶ୍ୟମ୍ ୩’! ପ୍ରଥମ ଦିନର ଜବରଦସ୍ତ ଓପନିଂ ପରେ ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମର କଲେକ୍ସନ୍ ଜାରି ରହିଛି । ମାତ୍ର ଦୁଇ ଦିନରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ । ତେବେ ଦ୍ୱିତୀୟ ଦିନରେ କେତେ ରୋଜଗାର କଲା ‘ଦୃଶ୍ୟମ୍ ୩’? ଆସନ୍ତୁ ଜାଣିବା ।

    ଅଜୟ ଦେବଗନ, ଶ୍ରିୟା ସରନ୍, ତବ୍ବୁ ଓ ଜୟଦୀପ ଅହଲାୱତଙ୍କ ଅଭିନୀତ ‘ଦୃଶ୍ୟମ୍ ୩: ଦ କନକ୍ଲୁଜନ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳୁଛି । ରିଲିଜର ପ୍ରଥମ ଦିନରେ ଫିଲ୍ମଟି ଭାରତୀୟ ବକ୍ସ ଅଫିସ୍‌ରେ ପ୍ରାୟ ୬୨ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଥିଲା । ଆଉ ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମର କଲେକ୍ସନ୍ ଜବରଦସ୍ତ ରହିଛି । ଇଣ୍ଡଷ୍ଟ୍ରି ଟ୍ରାକର୍ ସାକନିଲ୍କ ଅନୁଯାୟୀ, ଦ୍ୱିତୀୟ ଦିନରେ ‘ଦୃଶ୍ୟମ୍ ୩’ ଭାରତରେ ପ୍ରାୟ ୫୩ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି । ଏହା ସହିତ ଦୁଇ ଦିନରେ ଫିଲ୍ମର ମୋଟ ନେଟ୍ କଲେକ୍ସନ୍ ୧୧୫ କୋଟି ୫୦ ଲକ୍ଷ ଟଙ୍କାରେ ପହଞ୍ଚିଛି । କେବଳ ଘରୋଇ ବଜାର ନୁହେଁ ବରଂ ବିଦେଶରେ ମଧ୍ୟ ଫିଲ୍ମକୁ ମିଳୁଛି ଭଲ ରେସପନ୍ସ ।

    ଦୁଇ ଦିନରେ ଓଭରସିଜ୍ ବଜାରରୁ ଫିଲ୍ମଟି ପ୍ରାୟ ୩୮ କୋଟି ୫୦ ଲକ୍ଷ ଟଙ୍କା ଆୟ କରିଥିବା ବେଳେ, ୱାର୍ଲ୍ଡୱାଇଡ୍ ଗ୍ରସ୍ କଲେକ୍ସନ୍ ୧୭୭ କୋଟି ଟଙ୍କାରୁ ଅଧିକ ହୋଇଛି । ଏହି ସଫଳତା ସହିତ ‘ଦୃଶ୍ୟମ୍ ୩’ ଚଳିତ ବର୍ଷର ସର୍ବବୃହତ୍ ଓପନରମାନଙ୍କ ମଧ୍ୟରେ ସାମିଲ ହୋଇଛି । ଏଥର ପୁଣି ବିଜୟ ସାଲଗାଓଁକର ଭୂମିକାରେ ଫେରିଛନ୍ତି ଅଜୟ ଦେବଗନ । ତବ୍ବୁ ମଧ୍ୟ ମୀରା ଦେଶମୁଖ ଭାବେ ଫେରିଥିବା ବେଳେ, ଜୟଦୀପ ଅହଲାୱତ ଓ ପ୍ରକାଶ ରାଜ ଫ୍ରାଞ୍ଚାଇଜିରେ ନୂଆ ଯୋଗ ହୋଇଛନ୍ତି । ବିଜୟଙ୍କ ପରିବାର ଆଇନର ହାତରୁ ବଞ୍ଚିବା ପରେ ଏଥର ଆରମ୍ଭ ହେଉଛି ଏକ ନୂଆ ତଦନ୍ତ ।

    ଜଣେ ସିବିଆଇ ଅଧିକାରୀଙ୍କ ପ୍ରବେଶ ପରେ ପୁଣିଥରେ ବିଜୟଙ୍କ ପରିବାର ଉପରେ ଘନେଇ ଆସୁଛି ବିପଦ । ଆଉ ସବୁଠାରୁ ବଡ଼ କଥା ହେଉଛି- ପ୍ରଥମ ଦୁଇଟି ଫିଲ୍ମ ମୂଳ ମାଲାୟାଲମ୍ ‘ଦୃଶ୍ୟମ୍’ କାହାଣୀକୁ ଅନୁସରଣ କରିଥିବା ବେଳେ, ଏଥର କାହାଣୀକୁ ଦିଆଯାଇଛି ଏକ ନୂଆ ଦିଗ । ତେଣୁ ଦର୍ଶକଙ୍କ ମଧ୍ୟରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ବିଜୟ ସାଲଗାଓଁକର ଏଥର କିପରି ନିଜ ପରିବାରକୁ ବଞ୍ଚାଇବେ? ଆଉ ଏହି କାହାଣୀର ଶେଷ କ’ଣ ହେବ? ସେଥିପାଇଁ ବକ୍ସ ଅଫିସ୍ ସହିତ ‘ଦୃଶ୍ୟମ୍ ୩’ର କ୍ଲାଇମାକ୍ସକୁ ନେଇ ମଧ୍ୟ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ