Saturday, October 10, 2026
21.6 C
Odisha

    ଓଡ଼ିଶାରେ ପ୍ରଥମ ଥର ହେବ ଡବଲ୍ ଇଞ୍ଜିନ ସରକାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଆଗକୁ ପଢନ୍ତୁ

    ଫୁଲବାଣୀ: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ୍ ଇଞ୍ଜିନ ସରକାର। ଜୁନ୍ ୧୦ରେ କେହି ଓଡ଼ିଆ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ହେବେ। ଶପଥଗ୍ରହଣଲାଗି ମୁଁକନ୍ଧମାଳବାସୀଙ୍କୁ ନିମନ୍ତ୍ରଣ ଦେଉଛି। ସେଥିପାଇଁ ଓଡ଼ିଶାରୁ ୨୧ ବିଜେପି ସାଂସଦଙ୍କୁ ଜିତାଇବାକୁ ପଡ଼ିବ। କନ୍ଧମାଳ ବିଜେପି ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଓ ବିଧାୟକ ପ୍ରାର୍ଥୀଙ୍କୁ ବହୁ ଭୋଟରେ ଜିତାଇବାକୁ ନିବେଦନ କରୁଛି। କନ୍ଧମାଳକୁ ଆସି ମୋତେ ଯେଉଁ ଆଶୀର୍ବାଦ ମିଳିଲା ତାହା ମୁଁ ସାରା ଜୀବନ ଭୁଲିପାରିବିନି। ମୋତେ ଏଠାରେ ଜଣେ ତ୍ୟାଗମୟୀ ମାତା ତୁଳା ବେହେରା, ଯେଉଁ ଭଳି ସ୍ବାଗତ କଲେ ତାହା ଦେଖି ମୁଁ ଅଭିଭୂତ। ପୁରା କନ୍ଧମାଳ ଓ ସାରା ଓଡ଼ିଶାର ଆଶୀର୍ବାଦ ମୋତେ ମିଳିଛି। ଗତକାଲି ଭୁବନେଶ୍ବରରେ ଯେଉଁ ଦୃଶ୍ୟ ଦେଖିଲି, ତାହା ଅବର୍ଣ୍ଣନୀୟ। ସେଥିରେ ମୁଁ ଜାଣିପାରିଲି ଯେ ମୋ‌େତ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମିଳିଛି।  ମୁଁ ଓଡ଼ିଶାର ଲୋକଙ୍କ ପାଖରେ ଋଣୀ। ଆପଣଙ୍କ ଏହି ଋଣ ମୁଁ ଦେଶ ପାଇଁ ଅଧିକ ସେବା କରି ପରିଶୋଧ କରିବି। ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରି ଉକ୍ତ ପରିଶୋଧ କରିବି। ଫୁଲବାଣୀ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଏଭଳି କହିଛନ୍ତି। ଏଥର ଏନଡିଏ ୪୦୦ ଆସନ ପାର୍ କରିବ ଓ କଂଗ୍ରେସ ୫୦ ତଳକୁ ଖସିବ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି। ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ସମ୍ଭାଳିପାରିନାହାନ୍ତି ରାଜ୍ୟ ସରକାର। ବିଜେପି ସରକାର ଆସିଲେ, ରତ୍ନଭଣ୍ଡାରର ପୁନଃ ମର୍ଯ୍ୟାଦା ପ୍ରତିଷ୍ଠା ହେବ। ସେ ଆହୁରି କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଆସିଲେ, ମାଗଣା ବିଜୁଳି ମିଳିବ। ଆପଣ ଘରେ ଅଧିକ ବିଦ୍ୟୁତ୍ ଉତ୍ପନ୍ନ କଲେ ତାକୁ ସରକାର ଟଙ୍କା ଦେଇ କିଣିବେ।

    କନ୍ଧମାଳ ବିଜେପି ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବାକୁ ଆସି ଫୁଲବାଣୀ ବିଜୟ ସଂକଳ୍ପ ସମାବେଶରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ପ୍ରଣାମ କରିଥଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜୟ ଜଗନ୍ନାଥ, ଜୟ ଜଗନ୍ନ‌ାଥ, ଜୟ ଶ୍ରୀରାମ, ଜୟ ଶ୍ରୀରାମ କହି ନିଜର ଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ।

    ସାଢ଼େ ୧୦ଟାରେ ଗୁଦାରୀ ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଫୁଲବାଣୀ ଷ୍ଟାଡିୟମ ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ