Wednesday, June 19, 2024
26.9 C
Odisha

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଚାଲେଞ୍ଜ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଆଗକୁ ପଢନ୍ତୁ

    ଫୁଲବାଣୀ: ଆଜି ଫୁଲବାଣୀ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ନିଶାନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନବୀନ ବାବୁଙ୍କୁ ମୁଁ ଆଜି ଏକ ଚାଲେଂଜ ଦେଉଛି। ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଧରାଇ ଛିଡ଼ା କରାଯାଉ। ନବୀନ ବାବୁଙ୍କୁ ବିନା କାଗଜରେ ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ ଲେଖିବାକୁ କୁହାଯାଉ। ସେ ଲେଖିପାରିବେନି। ଯିଏ ନିଜ ଜିଲ୍ଲାର ନାଆଁ ଜାଣିନାହାନ୍ତି। ସେଭଳି ମୁଖ୍ୟମନ୍ତ୍ରୀ କିପରି ଆପଣଙ୍କର ଦୁଃଖ ବୁଝିପାରିବେ? ଏଣୁ ୫ ବର୍ଷ ସମୟ ଦିଅନ୍ତୁ, ଓଡ଼ିଶାକୁ ନମ୍ବର ୱାନ୍ କରିବୁ।
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା। ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ରାଜ୍ୟ ସରକାର। ଚାବି ହଜିବା ଠାରୁ ଡୁପ୍ଲିକେଟ ଚାବି ଅଧିକ ଗମ୍ଭୀର ବିଷୟ। ଏଥିପାଇଁ କମିଶନ ବସିଲା, କମିଶନ ରିପୋର୍ଟ ସାର୍ବଜନୀନ ହେଲାନି। ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ। ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛି।

    ଗୁଜରାଟ ପାଖରେ ଯେଉଁ ସାମର୍ଥ୍ୟ ଅଛି, ତା’ଠାରୁ ୧୦୦ ଗୁଣା ସାମର୍ଥ୍ୟ ଓଡ଼ିଶାର ଅଛି। ଗୁଜରାଟ ଆଗେଇ ଗଲା, କିନ୍ତୁ ଓଡ଼ିଶା କାହିଁକି ପଛରେ ରହିଗଲା? ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.9 ° C
    26.9 °
    26.9 °
    76 %
    1.2kmh
    100 %
    Wed
    38 °
    Thu
    37 °
    Fri
    34 °
    Sat
    36 °
    Sun
    32 °

    ସମ୍ବନ୍ଧିତ