Monday, March 23, 2026
20.4 C
Odisha

    ୩୨ବର୍ଷ ବୟସରେ ଭାରତୀୟ ବଂଶୋଦ୍ଭବ ହାସ୍ୟ ଅଭିନେତାଙ୍କ ଦେହାନ୍ତ, କିଛି ଦିନ ତଳେ ଜନ୍ମଦିନ ପାଳିଥିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏହି ଦୁନିଆରୁ ବିଦାୟ ନେଲେ ମନୋରଞ୍ଜନ ଜଗତର ଆଉ ଜଣେ ଉଦୀୟମାନ ତାରକା। ହାସ୍ୟ ଅଭିନେତା ନୀଲ ନନ୍ଦା ଆଉ ଏହି ଦୁନିଆରେ ନାହାଁନ୍ତି। ସେ ୩୨ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ସେ କେଉଁ କାରଣରୁ ଏବଂ କେବେ ମୃତ୍ୟୁବରଣ କରିଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। କିନ୍ତୁ ମୃତ୍ୟୁ ଖବର ପାଇବ ପରେ ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଝଟକା ଲାଗିଛି। କମ ବୟସରେ ନୀଲ ବହୁତ ଖ୍ୟାତି ଅର୍ଜନ କରିଥିଲେ। ନିକଟରେ ସେ ତାଙ୍କ ଜନ୍ମଦିନ ପାଳନ କରିଥିଲେ ବୋଲି ଜଣାପଡ଼ିଛି।

    ସୂଚନା ମୁତାବକ, ନିଲ୍ ଭାରତୀୟ ବଂଶୋଦ୍ଭବ ଥିଲେ। ସେ ଲସ ଆଞ୍ଜେଲସରେ ରହି ନିଜ କ୍ୟାରିୟର ଗଢ଼ିଥିଲେ। ପିଲାଦିନରୁ ସେ କମେଡି କରିବାକୁ ବହୁତ ପସନ୍ଦ କରୁଥିଲେ। ପରେ ସେ ଏହାକୁ ତାଙ୍କର ବୃତ୍ତି କରିଥିଲେ। ନିଲଙ୍କ ମ୍ୟାନେଜର ଗ୍ରେଗ୍ ବାଇସ୍ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରି କହିଛନ୍ତି ଯେ, ନୀଲ ନନ୍ଦାଙ୍କ ଦେହାନ୍ତ ହୋଇଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ। ୧୧ବର୍ଷ ଧରି ନୀଲ ମୋର କ୍ଲାଏଣ୍ଟ ଥିଲେ। ତାଙ୍କୁ ୧୯ବର୍ଷ ବୟସରୁ ମୁଁ ଜାଣିଥିଲି। ଦୁହେଁ ଏକାଠି ଭଲ କାମ କରୁଥିଲୁ। ସେ ଜଣେ ଚମତ୍କାର ହାସ୍ୟ ଅଭିନେତା ଏବଂ ଜଣେ ଭଲ ବ୍ୟକ୍ତି ଥିଲେ। ତେବେ ନିଲଙ୍କ ମୃତ୍ୟୁ ଖବର ପାଇବା ପରେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା, ତାହା ଜାଣିବା ପାଇଁ ତାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ତେବେ ନିଲଙ୍କ ପରିବାର ଓ ତାଙ୍କ ପ୍ରେମିକାଙ୍କ ଅନୁରୋଧକ୍ରମେ ତାଙ୍କ ମୃତ୍ୟୁ ସହ ଜଡ଼ିତ କୌଣସି ସୂଚନା ଦିଆଯାଇନଥିବା ସାମ୍ନାକୁ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    39 %
    1.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ