Monday, April 6, 2026
24.9 C
Odisha

    କେନ୍ଦୁଝର ପୌରପାଳିକାରେ ଖୋଲିଲା ଡିଏମ୍ଏଫ୍ ଅସ୍ମିତା

    ଆଗକୁ ପଢନ୍ତୁ

    କେନ୍ଦୁଝର:କେନ୍ଦୁଝର ସହରର ବଣିଆପାଟ ଠାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍)ର ଆର୍ଥିକ ଅନୁଦାନରେ ନିର୍ମିତ ଏବଂ ପରିଚାଳିତ ଡିଏମ୍ଏଫ୍ ଅସ୍ମିତା-କର୍ମଜୀବୀ ମହିଳା ହଷ୍ଟେଲର ଉଦଘାଟନ ହୋଇଛି। ଶୁକ୍ରବାର ଓଡ଼ିଶା ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏହାର ଉଦଘାଟନ କରିଛନ୍ତି। ଏହା କେନ୍ଦୁଝର ଜିଲ୍ଲାପାଇଁ ଏକ ମାଇଲଷ୍ଟୋନ୍ ବୋଲି ମନ୍ତ୍ରୀ ଶ୍ରୀ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦୁଝର ଜିଲ୍ଲାକୁ ଅତିଥି ଭାବେ ଆସିଥିବା ମନ୍ତ୍ରୀ ଶ୍ରୀ ନାୟକ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେଇ ସାରିବା ପରେ କର୍ମଜୀବୀ ମହିଳା ହଷ୍ଟେଲ୍ ଠାରେ ପହଞ୍ଚିଥିଲେ। ମନ୍ତ୍ରୀଙ୍କୁ ଜିଲ୍ଲାପାଳ ଆଶିଷ ଠାକରେ, ଏସପି ନିତିନ୍ କୁଶଲକର, ଡିଏଫ୍ଓ ଧନରାଜ ଏଚଡି ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ପାଛୋଟି ନେଇଥିଲେ। ମନ୍ତ୍ରୀଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଫଟୋଚିତ୍ରରେ ପୂଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ମନ୍ତ୍ରୀ ମହୋଦୟ ନାମଫଳକର ଉନ୍ମୋଚନ କରି ଏହି କର୍ମଜୀବୀ ମହିଳା ହଷ୍ଟେଲର ବିଧିବଦ୍ଧ ଉଦଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ହଷ୍ଟେଲ ପରିସର ବୁଲି ଦେଖିବା ସହ ଉପଲବ୍ଧ ସୁବିଧା ବିଷୟରେ ପଚାରି ବୁଝିଥିଲେ। ପରିଚାଳନା ସଂସ୍ଥା ଓସ୍କାର ସମ୍ପାଦିକା ଧରିତ୍ରୀ ରାଉତ ମନ୍ତ୍ରୀଙ୍କୁ ସମସ୍ତ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ। ଅଫିସ୍ ଗୃହ, ହଷ୍ଟେଲ୍ ରୁମ୍, ଡାଇନିଂ ହଲ୍ ଇତ୍ୟାଦି ବୁଲି ଦେଖିବା ସହ ହଷ୍ଟେଲରେ ରହୁଥିବା କିଛି ଅନ୍ତେବାସୀ ଏବଂ ନିୟୋଜିତ କର୍ମଚାରୀଙ୍କ ସହ ମନ୍ତ୍ରୀ ବାର୍ତ୍ତାଳାପ କରିଥିଲେ। ଏହି ହଷ୍ଟେଲରେ ୫୦ ଜଣ କର୍ମଜୀବୀ ମହିଳାଙ୍କ ରହଣୀ ପାଇଁ ସୁବିଧା ରହିଛି। ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ବେଡ୍ ସାଙ୍ଗକୁ ଆସବାବପତ୍ର ରଖିବା ପାଇଁ ଆଲମିରା ବ୍ୟବସ୍ଥା ଉପଲବ୍ଧ ଅଛି। ଏହାବାଦ ସକାଳ ଜଳଖିଆ, ମଧ୍ୟାନ୍ନ ଏବଂ ରାତ୍ରି ଭୋଜନ ପାଇଁ ରୋଷେଇ ବ୍ୟବସ୍ଥା ସାଙ୍ଗକୁ ସ୍ୱତନ୍ତ୍ର ଡାଇନିଂ ହଲ୍, ବିଶୁଦ୍ଧ ପାନୀୟ ଜଳ, ଫ୍ରିଜ୍, ଗିଜର, ୱାସିଂ ମେସିନ୍, କୁଲର୍, ରୁମ୍ ହିଟର୍, ଲଣ୍ଡ୍ରୀ, ଦୁଇଚକିଆ ଯାନ ପାଇଁ ପାର୍କିଂ, ମନୋରଞ୍ଜନ ପାଇଁ ଟିଭି ଏବଂ ୱାଇଫାଇ ଇତ୍ୟାଦିର ସୁବିଧା ରହିଛି। ସୁରକ୍ଷା ତଦାରଖ ପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ ଥିବାବେଳେ ପରିସରରେ ୨୪ଙ୍ଘ୭ ସିସିଟିଭି ବ୍ୟବସ୍ଥା ଏବଂ ମହିଳା କର୍ମଚାରୀ ନିୟୋଜିତ ଅଛନ୍ତି। କର୍ମଜୀବୀ ମହିଳାଙ୍କ ସହ ସେମାନଙ୍କର ଶିଶୁ ମଧ୍ୟ ଏଠାରେ ରହିପାରିବେ। ଶିଶୁଙ୍କ ଯତ୍ନ ନେବାପାଇଁ ଏଠାରେ ଏକ କ୍ରେଚ୍ ବା ଆମ କଳିକା କେନ୍ଦ୍ର ମଧ୍ୟ ଖୋଲାଯିବାର ଯୋଜନା ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ