Thursday, March 26, 2026
30.8 C
Odisha

    ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି: ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

    ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା । ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍‌ ମିଳିବ । ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଏହି ଟଙ୍କା ଓ ବ୍ୟାଗ୍‌ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଯୋଜନାରେ ରାଜ୍ୟ ସରକାର ୯୫୯.୫ କୋଟି ଖର୍ଚ୍ଚ କରିବେ। ଯୁବବର୍ଗଙ୍କ ଲାଗି ସ୍ବୟଂ ଯୋଜନାକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଗ୍ରାମୀଣ ଛାତ୍ର ଓ ଯୁବକଙ୍କ ଲାଗି ସୁଧ ମୁକ୍ତ ବ୍ୟାଙ୍କ ଋଣ ପ୍ରଦାନ କରାଯିବ। ୧ ଲକ୍ଷ ଟଙ୍କା ସୁଧମୁକ୍ତ ଋଣ ମିଳିବ । ୧୮ରୁ ୩୫ ବର୍ଷ ବୟସ ସୀମା ରହିଛି। ଋଣ ଶୁଝିବା ଅବଧି ୪ ବର୍ଷ ରହିବ। ଏଥିପାଇଁ ୪୪୮ କୋଟି ଟଙ୍କା ବ୍ୟୟବରାଦ ରହିଛି। ସହରାଞ୍ଚଳ ଯୁବକଯୁବତୀ ଲାଗି ଯୁବ ଉଦ୍ୟମ ସହରୀ ଯୋଜନା । ରାଜ୍ୟର ସହରାଞ୍ଚଳ ଯୁବକଯୁବତୀଙ୍କ ସୁଧମୁକ୍ତ ଋଣ ପ୍ରଦାନ କରାଯିବ । ଏସ୍‌ସି/ଏସ୍‌ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ ରହିଛି।ଜମିଜମା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ୬ଟି ନିଷ୍ପତ୍ତି ନେଇଛନ୍ତି। ଜମି ସେଟଲମେଣ୍ଟ ଆଇନରେ ସଂଶୋଧନ ହୋଇଛି। ଅଗ୍ରଗ୍ରାମୀ ଅଘରିଆ ସମାଜକୁ ମଗଣା ଜମି। ଗଣ୍ଡ ଭବନ ପାଇଁ ଭୁବନେଶ୍ବରରରେ ମାଗଣା ଜମି ପ୍ରଦାନ କରିବେ ରାଜ୍ୟସରକାର । ଭୀମଭୋଇ ଅଲେଖ ଟ୍ରଷ୍ଟକୁ ମଧ୍ୟ ମାଗଣା ଜମି ଯୋଗାଇବେ ରାଜ୍ୟ ସରକାର। ଭୁବନେଶ୍ବର ୨ଟି ମସଜିଦ ପାଇଁ ମାଗଣା ଜମି ପ୍ରଦାନ କରିବେ ରାଜ୍ୟ ସରକାର । ରିଜର୍ଭ ପୁଲିସ ଲାଇନ ମସଜିଦକୁ ମାଗଣା ଜମି ମିଳିବ ସେହିପରି କ୍ୟାପିଟାଲ ମସଜିଦ କମିଟିକୁ ମଧ୍ୟ ମାଗଣା ଜମି ପ୍ରଦାନ କରାଯିବ ବୋଲି କ୍ୟବିନେଟର ଆଜି ନିଷ୍ପତ୍ତି ନିଆଯାଇଛି। ମେହେର ସମାଜକୁ ଭୁବନେଶ୍ବରରେ ମାଗଣା ଜମି ପ୍ରଦାନ କରାଯିବ। ନିର୍ମାଣ ହେବ ସ୍ବାଭ କବି ଗଙ୍ଗାଧରମ ମେହେର ଭବନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ