Wednesday, October 14, 2026
26.2 C
Odisha

    ଅନ୍ୟ ଅଞ୍ଚଳରେ ବିବାହ କରିବାରୁ ୧ ଲକ୍ଷ ଜରିମାନା

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡା: ରାଜକନିକା ଥାନା ଅନ୍ତର୍ଗତ କୋଇଲିପୁର ପଞ୍ଚାୟତର ମୁସଲିମ ବସ୍ତି ଲୁହାରମହୀ ଗାଁରେ କଙ୍ଗାରୁ କୋର୍ଟ ଦେଖିବାକୁ ମିଳିଛି । ସେମିତି କିଛି ଠୋସ କାରଣ ନ ଥାଇ ଅନ୍ୟ ଏକ ସମ୍ପ୍ରଦାୟରେ କଣ ପାଇଁ ବିବାହ କଲେ ବୋଲି ଗାଁର ଏକ ଗୋଷ୍ଠୀ ଚକ୍ରାନ୍ତ କରି ଅତ୍ୟାଚାର ଆରମ୍ଭ କରିଦେଇଥିବା ପୀଡିତ ପରିବାର ଥାନାରେ ଏତଲା ଦେଇ ନ୍ୟାୟ ଭିକ୍ଷା କରିଛନ୍ତି । ଆଜିର ସମାଜରେ ପ୍ରତ୍ୟେକ ନାଗରିକର ନିଜ ସ୍ବାଧିନରେ ଜୀବନ ଜିଇଁବା ପାଇଁ ସାମ୍ବିଧାନିକ ଅଧିକାର ରହିଥିବା ବେଳେ ଜଣେ ମୁସଲମାନ ହୋଇ ମଧ୍ୟ ଅନ୍ୟ ଅଞ୍ଚଳରୁ ମୁସଲିମ ଜାତିରେ ବିବାହ କରିଥିବାରୁ ତାଙ୍କୁ ଆକ୍ରୋଶମୂଳକ ଭାବେ ୧ଲକ୍ଷ ଟଙ୍କା ଜୋରିମାନା ପାଇଁ ଗ୍ରାମବାସୀ ଅଡ଼ି ବସିଛନ୍ତି। ୧ଲକ୍ଷ ଟଙ୍କା ନଦେଇ ପାରିବାରୁ ସମସ୍ତ ସୁବିଧାରୁ ମଧ୍ୟ ଗ୍ରାମବାସୀ ବାସନ୍ଦ କରିଛନ୍ତି। କେବଳ ସେତିକି ନୁହେଁ ଗ୍ରାମରେ ଥିବା ମସଜିଦରେ ନମାଜ ପଢିବା ପାଇଁ ଯିବାକୁ ମଧ୍ୟ ବାସନ୍ଦ କରିବା ଖବର ବେଶ ସମ୍ବେଦନଶୀଳ ସାବ୍ୟସ୍ତ ହୋଇଛି । ଏମିତିକି ସେହି ପରିବାର ନମାଜ ପଢିବାକୁ ମସଜିଦ ଯିବାକୁ କହିବାରୁ ଧକା ମାରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ନେଇ ଥାନାରେ ଏତଲା ହୋଇଛି । ଗାଁରେ ସାମୁହିକ କାର୍ଯ୍ୟରୁ ବାସନ୍ଦ ସହ ସହିତ ଗାଁର ସାର୍ବଜନୀନ ଜିନିଷ ବ୍ୟବହାର ନକରିବା ପାଇଁ ମଧ୍ୟ ତାଗିଦ ହୋଇଛି ।
    ଲୁହାରମହୀ ଗାଁରେ ଅମିନ ସାହାଙ୍କ ପରିବାର ଲୁହାରମହୀରେ ସୁନି ନାମରେ ମୁସଲମାନ ସମ୍ପ୍ରଦାୟ ଭାବରେ ଦୀର୍ଘଦୀନ ହେବ ରହିଆସୁଛନ୍ତି। ତାଙ୍କର ଦୁଇ ପୁଅ ମୁସଲିମ ସମ୍ପ୍ରଦାୟରେ ଓଳାଭର ଓ ଆଳି ଅଞ୍ଚଳରେ ପ୍ରେମ ବିବାହ କରିଛନ୍ତି। ଅନ୍ୟ ଅଞ୍ଚଳରେ କଣ ପାଇଁ ବିବାହ କରିଛ କହି ଏକ ଗୋଷ୍ଠୀ ଜୋରିମାନା ସୁରୂପ ୧ଲକ୍ଷ ଟଙ୍କା ଜରିମାନା ଦାବି କରିଛନ୍ତି । ଜରିମାନା ବାବଦ ୧ଲକ୍ଷ ଟଙ୍କା ଦେଲେ ଆମ ସମାଜରେ ରହିବ ନଚେତ ସମସ୍ତ ଗାଁ କାର୍ଯ୍ୟରୁ ବାସନ୍ଦ କରାଯିବା ନେଇ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅମିନ ସାହା କହିବା ଅନୁସାରେ ଆମ ଗାଁରେ ଅନ୍ୟମାନେ ସେହିସବୁ ଅଞ୍ଚଳରେ ବିବାହ କରିଥିଲେ ମଧ୍ୟ ସେମାନଙ୍କ ପାଇଁ କିଛି ନିୟମ ନଥିବା ବେଳେ ଆମ ପରିବାର କଣ ପାଇଁ ଏଭଳି ଦଣ୍ଡ ପାଇବ ବୋଲି ବିରୋଧ କରିବାରୁ ଗାଁଲୋକେ ଧମକ ଚମକ ଦେବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏମିତିକି ଗାଁରେ କୌଣସି ଦୋକାନରୁ କିଛି କିଣିବା ପାଇଁ ଦେଉନଥିବା ବେଳେ, ଗାଁରେ କାହା ସହିତ କଥା ନହେବା ପାଇଁ ବାରଣ କରାଯାଇଥିବାର କଡା ନିୟମ କରାଯାଇଛି। ଏହି ପରିବାର ଉପରେ ଗାଁର କେତେକ ଲୋକ କଙ୍ଗାରୁ କୋର୍ଟ କରି ଏଭଳି ଅକଥନୀୟ ଅତ୍ୟାଚାର କରିଥିବା ସମ୍ପର୍କରେ ରାଜକନିକା ଥାନାରେ ଗତ ୨୭ ତାରିଖ ଦିନ ଏତଲା ହୋଇଥିଲେ ବି ପୁଲିସ ସେମିତି କିଛି ଠୋସ ଉଦ୍ୟମ କରିନଥିବା ବେଳେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଇଥିବା ଅଭିଯୋଗକାରୀ ଅମିନ ସାହା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ