Monday, September 21, 2026
28.3 C
Odisha

    ଚାଷୀଭାଇମାନେ ହେଉଛନ୍ତି ଆମର ଶକ୍ତି : ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଆଜି ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଜଳ ହେଉଛି ଅମୂଲ୍ୟ । ଜଳର ଉଚିତ ବ୍ୟବହାର ସହ ସଂରକ୍ଷଣ ଓ ପୁନଃ ବ୍ୟବହାର ପାଇଁ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଫସଲର ବିବିଧକରଣ ସହ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଚାଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ଅଧିକ ଅମଳ କରି କୃଷି କ୍ଷେତ୍ରରେ ନିଜେ ସଫଳତା ପାଇବା ସହିତ ରାଜ୍ୟକୁ ଏ କ୍ଷେତ୍ରରେ ଚାଷୀଭାଇମାନେ ଅଗ୍ରଣୀ କରିପାରିବେ ବୋଲି ସେ କହିଥିଲେ ।
    ପାଣି ପଞ୍ଚାୟତ ପକ୍ଷ ଉଦଯାପନ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣି ପଞ୍ଚାୟତ ଆମ ଚାଷୀ ଭାଇଭଉଣୀମାନଙ୍କୁ ପାଣି ଉପରେ ଅଧିକାର ଦେଇଛି। ଏହାର ସୁବିନିଯୋଗ ପାଇଁ ଦାୟିତ୍ୱ ମଧ୍ୟ ଦେଇଛି। ପାଣି ପଞ୍ଚାୟତ ଦ୍ୱାରା ସେମାନେ ପାଣିର ସଠିକ୍‌ ଉପଯୋଗ କରିବା ସହିତ ଏକାଠି ହୋଇ କାମ କରିବାର ଇଚ୍ଛା ଶକ୍ତି ଓ ଦକ୍ଷତା ମଧ୍ୟ ବଢିଛି। ପାଣି ପଞ୍ଚାୟତର ସୁବିନିଯୋଗରେ ଆଜି ରାଜ୍ୟର ଚାଷୀମାନେ ଭଲ ଫସଲ କରିପାରୁଛନ୍ତି ବୋଲି ସେ କହିଥିଲେ । ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଆଜି ଓଡିଶାରେ ପ୍ରାୟ ୪୦ ହଜାର ପାଣି ପଞ୍ଚାୟତ ଗଠନ ହେଲାଣି। ଏବେ ଏହା ଆଉ ଏକ କାର୍ଯ୍ୟକ୍ରମ ନୁହେଁ, ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଏଥିରେ ମେଗା ଲିଫ୍ଟକୁ ସାମିଲ କରାଯାଇଛି ଓ ମା’ମାନେ ଯେପରି ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୋଗ ଦେଇପାରିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ପାଣି ପଞ୍ଚାୟତରେ ମା’ମାନେ ବହୁତ ଭଲ କାମ କରୁଛନ୍ତି ବୋଲି କହି ସେ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମର ଚାଷୀଭାଇମାନେ ହେଉଛନ୍ତି ଆମର ଶକ୍ତି। ସେମାନଙ୍କ ଶକ୍ତି ବଢ଼ିଲେ ଓଡ଼ିଶାର ଶକ୍ତି ବଢିବ। ଚାଷୀମାନଙ୍କ ଉନ୍ନତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚାଷୀମାନଙ୍କ ଜମିକୁ ପର୍ଯ୍ୟାପ୍ତ ପାଣି ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    77 %
    1.9kmh
    90 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ