Saturday, July 27, 2024
24.8 C
Odisha

    ମା’ ସହିତ ପୁରୀ ଆସିଥିଲା କୁନିପୁଅ । ବଡଦାଣ୍ଡରେ କାମୁଡିଲା କୁକୁର, ପିଲା ଗୁରୁତର

    ଆଗକୁ ପଢନ୍ତୁ

    ମା’ଟିଏ, କୁନି ପୁଅଟିକୁ ଧରି ଧାଇଁ ଆସିଥିଲା ପୁରୀ । ଠାକୁର ଦର୍ଶନ କରିବ, ପୁଅ ଓ ପରିବାର ପାଇଁ ଆର୍ଶୀବାଦ କାମନା କରିବ । ହେଲେ, ଭାଗ୍ୟରେ କ’ଣ ଥିଲା କେଜାଣି, ଠାକୁରଙ୍କ ଦର୍ଶନ ପାଇବା ପୂର୍ବରୁ ଘଟିଗଲା ଅଘଟଣ । ୨-୩ ବର୍ଷର ପିଲାଟିି, ଶ୍ରୀକ୍ଷେତ୍ରରେ ପାଦ ଦେଉ ଦେଉ ଉଲ୍ଲାସିତ ହୋଇ ଯାଇଥିଲା । ଖୁସିରେ ମା’ କୋଳରୁ ଓହ୍ଲାଇ ଆସି ବଡ଼ଦାଣ୍ଡରେ ଧାଇଁ ଗଲା ବେଳେ, କେଉଁଠି ଥିଲା ବୁଲା କୁକୁରଟି ଅଚନାକ୍୍ ଧାଇଁ ଆସି କାମୁଡ଼ି ଦେଲା । କେତେ ଜୋରରେ ଯନ୍ତ୍ରଣା ହୋଇଥିବ ଭାବନ୍ତୁ, କାନ୍ଦିକାନ୍ଦି ବେଦମ୍ ହୋଇଗଲା କୁନି ପିଲାଟି । ଖୋର୍ଦ୍ଧା ବାଲୁଗାଁ ଅଂଚଳରୁ କେତେ ଖୁସିରେ ଆସିଥିଲେ । ହେଲେ ପୁଅକୁ ବୁଲା କୁକୁର କାମୁଡ଼ି ଦେବା ପରେ ତୁରନ୍ତ ପିଲାଟିର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଚିକିତ୍ସା ହେବା ପରେ ଯନ୍ତ୍ରଣା ହୁଏତ ଟିକେ କମିଥିଲା । ଫଳରେ ପିଲାଟି ଶୋଇପଡ଼ିଥିଲା । ପୁଅର ଏହି ଦୁଃଖ ଦେଖି, ପରିବାର ଲୋକ, ଠାକୁର ଆଉ କ’ଣ ଦର୍ଶନ କରିଥାନ୍ତେ, ବଡ଼ଦାଣ୍ଡରୁ ମୁଣ୍ଡିଆ ମାରି ଘରକୁ ଫେରିଯାଇଥିଲେ ।
    ଚଳିତମାସ ଏକ ଦୃଷ୍ଟାନ୍ତମୂଳକ ରାୟ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ସେଇ ପୁରୀ ସହରରେ ଜଣେ ଶିଶୁକୁ ବୁଲା କୁକୁର କାମୁଡ଼ି ଦେବା କାରଣରୁ, ପୌର ପ୍ରଶାସନକୁ ୧୦ ଲକ୍ଷ ଟଙ୍କାର ଜୋରିମାନା କରିିଥିଲେ ।

    ୨୦୧୬ ଡିସେମ୍ବର ୧ ତାରିଖରେ ପୁରୀ ଜଗନ୍ନାଥ କଲୋନୀରେ ଚାରି ବର୍ଷର ଶିଶୁ ସତ୍ୟବାନ ରାଉତ ଖେଳୁଥିବା ବେଳେ କୁକୁର ଝାମ୍ପି ନେଇ ଝୁଣି ଖାଇଦେଇଥିଲା । ବହୁ ଖୋଜାଖୋଜି ପରେ ଘରଠାରୁ ୩୦ ମିଟର ଦୂରରେ ରକ୍ତାତ ଅବସ୍ଥାରେ ପଡିଥିଲା ସତ୍ୟବାନ । କୁକୁର କାମୁଡ଼ାରେ ଶିଶୁଟିର ମୁଣ୍ଡ, ହାତ, ବେକ, ଗୋଡ଼ କ୍ଷତାକ୍ତ ହୋଇଥିବା ବେଳେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲା ସତ୍ୟବାନ । ନ୍ୟାୟ ପାଇଁ ପୌରସଂସ୍ଥା, ଜିଲ୍ଲା ପ୍ରଶାସନ ଓ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ