Friday, May 17, 2024
29.3 C
Odisha

    ବିହାର ରାଜନୀତିରେ ବଡ ହଲଚଲ: ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା, ନୀତୀଶ ହେଲେ ନୂଆ ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ବିହାର ରାଜନୀତିରେ ବଡ ହଲଚଲ । ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଶେଷରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ନୀତୀଶ କୁମାରଙ୍କୁ ନୂଆ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ବିହାର ରାଜନୀତିର ଏହି ବଡ ପରିବର୍ତନ ଉପରେ ବିଜେପି ପ୍ରତିକ୍ରିୟା ରଖିଛି । ଦଳ କହିଛି ଲାଲୁଙ୍କ ଚକ୍ରବ୍ୟୁହରେ ଫସିଛନ୍ତି ନୀତୀଶ ଓ ଆଗକୁ ବିହାର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ୱୀ ଯାଦବ ।
    ସାଧାରଣ ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ରାଜ୍ୟର ପ୍ରମୁଖ ଆଂଚଳିକ ଦଳ ଜେଡିୟୁରେ ହଠାତ ଏକ ବଡ ପରିବର୍ତନ ଏଣିକି ଜାତୀୟ ରାଜନୀତିର ପ୍ରମୁଖ ଖବର ପାଲଟିଛି । ସବୁ ଚର୍ଚ୍ଚାରରେ ବିରାମ ଲଗାଇ ଶେଷରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂ ଇସ୍ତଫା ଦେଇଛନ୍ତି । ଗୁରୁବାର ସଂଧ୍ୟା ପର୍ଯ୍ୟନ୍ତ ସବୁ କିଛି ଠିକ ଚାଲିଥିବାବେଳେ ଶୁକ୍ରବାର ଲଲନ ସିଂ ଅଧ୍ୟକ୍ଷ ପଦ ଛାଡିଛନ୍ତି । ଦିଲ୍ଲୀରେ ବସିଥିବା ଜେଡିୟୁ କାର୍ଯ୍ୟକାରିଣୀ ବୈଠକରେ ସେ ଇସ୍ତଫା ଦେଇଛନ୍ତି । ସେପଟେ ଦଳର ନୂଆ ଅଧ୍ୟକ୍ଷ ହୋଇଛନ୍ତି ନୀତୀଶ କୁମାର । ସେପଟେ ଦାୟିତ୍ୱ ଛାଡିବା ପରେ ଲଲନ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଲଲନ ସିଂ କହିଛନ୍ତି ଲୋକସଭା ନିର୍ବାଚନ ପାଇଁ ତୃଣମୁଳସ୍ତରରେ କାମ କରିବା ପାଇଁ ପଦ ଛାଡିଛନ୍ତି ।

    ନୀତୀଶ ଓ ଲଲନଙ୍କ ମଧ୍ୟରେ ଦୀର୍ଘଦିନ ମତପାର୍ଥକ୍ୟ ପଛରେ ଆରଜେଡିର ଭୂମିକା ରହିଥିବା କୁହଯାଉଛି । ଜେଡିୟୁ ପାଇଁ କମ ଓ ଆରଜେଡି ପାଇଁ ଲଲନଙ୍କ ଅଧିକ ଦୁର୍ବଳତା ରହିଥିଲା । ଏପରିକି ଜେଡିୟୁ ବାରମ୍ବାର ବିରୋଧ ଓ ଅସନ୍ତୋଷ କରିବା ପରେ ଅନ୍ତକନ୍ଦଳ ଦେଖାଦେଲା ଓ ଶେଷରେ ଲଲନ ସିଂ ଅଧ୍ୟକ୍ଷ ପଦ ଛାଡିଛନ୍ତି । ସେପଟେ ବିଜେପି କହିଛି ଲାଲୁଙ୍କ ଚକ୍ରବ୍ୟୁହରେ ନୀତୀଶ ଫସିଛନ୍ତି । ଖୁବ ଶିଘ୍ର ତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଯିବ ଓ ଆଗାମୀ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହେବେ ।

    ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ସମସ୍ତ ଦଳ ପ୍ରସ୍ୁତିରେ ଲାଗିପଡିଛନ୍ତି । ଏହା ଭିତରେ ଜେଡିୟୁ ନେତୃତ୍ୱରେ ବଡ ପରିବର୍ତନ ହୋଇଛି । ନିର୍ବାଚନ ପୂର୍ବରୁ ଦଳ ମଙ୍ଗୁଳଆଳ ପରିବର୍ତନ ଗୋଟିଏ କଥା ସ୍ପଷ୍ଟ କରୁଛି ନୀତୀଶଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନରେ ମୈଇଦାକୁ ଓହ୍ଲାଇବ ଜେଡିୟୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    48 %
    1kmh
    100 %
    Fri
    31 °
    Sat
    37 °
    Sun
    41 °
    Mon
    43 °
    Tue
    43 °

    ସମ୍ବନ୍ଧିତ