Sunday, October 4, 2026
28.6 C
Odisha

    ଭାରତରେ ବଢୁଛି ଜୀବନ ହାରିବା ମାମଲା: କୃଷକଙ୍କ ରେକର୍ଡ ପାର୍‌ କଲେ ଛାତ୍ର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ଛାତ୍ର ଆତ୍ମହତ୍ୟା ହାର ଅବିଶ୍ବସନୀୟ ଭାବେ ବୃଦ୍ଧି ପାଇବାରେ ଲାଗୁଛି। ତେବେ ବଡ଼ କଥା ହେଉଛି ପୂର୍ବରୁ ଦେଶରେ କୃଷି ଆତ୍ମହତ୍ୟା ଅଧିକ ମାତ୍ରାରେ ରିପୋର୍ଟ କରାଯାଉଥିବା ବେଳେ ‌ଏବେ ସେହି ରେକର୍ଡକୁ କାଟିଛି ଛାତ୍ର ଆତ୍ମହତ୍ୟା ମାମଲା।

    ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟକୁ ଆଧାର କରି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ଆତ୍ମହତ୍ୟା ହାର ବାର୍ଷିକ ୨% ବୃଦ୍ଧି ପାଇଥିବା ବେଳେ ଛାତ୍ର ଆତ୍ମହତ୍ୟା ହାର ୪% ବୃଦ୍ଧି ପାଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ଆକଳନ ଅଳ୍ପ ହୋଇପାରେ, ମାତ୍ର ଏହା ଏକ ଆହୁରି ଗୁରୁତର ପ୍ରସଙ୍ଗକୁ ସୂଚାଉଛି।

    ଜନସଂଖ୍ୟା ବୃଦ୍ଧିଠାରୁ ଅଧିକ ରହୁଛି ଛାତ୍ର ଆତ୍ମହତ୍ୟା ସଂଖ୍ୟା। ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ସର୍ବାଧିକ ସଂଖ୍ୟା ରେକର୍ଡ ହୋଇଛି।

    ୨୦୨୨ ମସିହା ଆତ୍ମହତ୍ୟା ମାମଲା ଭିତରେ ୫୩ ପ୍ରତିଶତ ପୁରୁଷ ରହିଥିଲେ। ୨୦୨୧ ଓ ୨୦୨୨ ମଧ୍ୟରେ ପୁରୁଷ ଆତ୍ମହତ୍ୟା ମାମଲା ୬ ପ୍ରତିଶତ କମିଥିବା ବେଳେ ମହିଳାଙ୍କ ଆତ୍ମହତ୍ୟା ମାମଲା ୭ ପ୍ରତିଶତ ବୃଦ୍ଧି ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ