ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ। ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା। ତୃତୀୟ ପର୍ଯ୍ୟୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ। ସମସ୍ତଙ୍କର ଯାଞ୍ଚ ସରିଛି। ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ ବୈଠକ ବସିବ। ୨୪ ରେ ଆଉ ୨୦ ଲକ୍ଷ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା। ଏଥିସହ ମୋଟ ୮୦ ଲକ୍ଷ ମହିଳାଙ୍କୁ ମିଳିଯିବ ‘ସୁଭଦ୍ରା’ ଟଙ୍କା। ବର୍ତ୍ତମାନସୁଦ୍ଧା ୧ କୋଟି ୧୬ ଲକ୍ଷରେ ପହଞ୍ଚିଲାଣି ‘ସୁଭଦ୍ରା’ ଆବେଦନକାରୀଙ୍କ ସଂଖ୍ୟା। ୫ ଲକ୍ଷ ଆବେଦନକାରୀଙ୍କୁ ସିଙ୍ଗଲ ଆକାଉଣ୍ଟ ଦେବାକୁ ପୁଣି ଥରେ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ରହୁଛି। ଯେଉଁମାନେ ରହିଯିବେ ଜାନୁଆରୀ ଓ ଫେବ୍ରୁଆରୀ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।