Friday, October 16, 2026
28.4 C
Odisha

    ନ୍ୟାୟ ଦେବାରେ ରାଜ୍ୟ ବିଜେପି ସରକାର ବିଫଳ: ବିଜେଡ଼ି

    ଆଗକୁ ପଢନ୍ତୁ

    ବିଜେପି ସାରା ଦେଶରେ ସୋସିଆଲ ଇଞ୍ଜିନିଅରିଙ୍ଗ କରୁଛି। ବିଭାଜନ କରି ଭୋଟ ନେଉଛି। ହେଲେ ସାମାଜିକ ନ୍ୟାୟ ଦେବାରେ ବିଜେପି ବିଫଳ ହୋଇଛି। ମହିଳା, ଶିଶୁ, ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ିଲାଣି। ବୋଙ୍ଗାମୁଣ୍ଡା ଥାନା ଅନ୍ତର୍ଗତରେ ଜଣେ ଆଦିବାସୀ ମହିଳାଙ୍କୁ ନଭେମ୍ବର ୧୬ରେ ଦୁର୍ବ୍ୟବହାର, ମାଡ଼ ଓ ବିଷ୍ଠା ଖୁଆଇବା ନିନ୍ଦନୀୟ। ପାଟଣାଗଡ଼ ଖପ୍ରାଖୋଲରେ ସାମାଜିକ ନ୍ୟାୟ ନ ପାଇ ଶିଶୁ ବିକ୍ରି କଲେ। ଟିଟିଲାଗଡ଼ରେ ବିଜେପି ବିଧାୟକ ନବୀନ ଜୈନ ଜଣେ ନାବାଳିକା ଦଳିତ ଝିଅର ଜୋରଜବରଦସ୍ତ ବିବାହରେ ସମ୍ପୃକ୍ତ ଅଛନ୍ତି ବୋଲି ବିଜେଡି ଅଭିଯୋଗ ଆଣିଛି। ନୀଳଗିରି, ରେମୁଣାରେ ନାବାଳିକା ଧର୍ଷଣ ହୋଇଛି। ବଲାଙ୍ଗୀର ହେଉଛି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଜିଲ୍ଲା। ସେ କିନ୍ତୁ ଚୁପ, ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଦେଶ ଯାତ୍ରାରେ। ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରେ ଭଗଡାଙ୍କ ସହ ଭେଟୁଛନ୍ତି। ଟିକସ ଦାତାଙ୍କ ପଇସାରେ ବିଦେଶ ବୁଲିବା ନିନ୍ଦନୀୟ। ଯଦି ବୁଲିବେ, ନିଜ ପଇସାରେ ବୁଲନ୍ତୁ। ଉପମୁଖ୍ୟମନ୍ତ୍ରୀ ନ୍ୟାୟ ଦେବାର ପ୍ରତିଶ୍ରୃତି ଦେଇ ନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ