Sunday, April 20, 2025
30.7 C
Odisha

    ଅକ୍ଟୋବର ୯ରେ ଖାତାକୁ ଆସିବ ସୁଭଦ୍ରା’ ଟଙ୍କା : ପ୍ରଭାତୀ ପରିଡ଼ା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଗାମୀ ଅକ୍ଟୋବର ୯ ତାରିଖରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିବ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଏହି ଅର୍ଥ। ଆସନ୍ତା ୭ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିଥିବା ମହିଳାଙ୍କୁ ଏହି ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ ଏହାର ଶୁଭାରମ୍ଭ କରିବେ ବୋଲି ସେ ସୂଚନା ଦେଇଛନ୍ତି।
    ଉଲ୍ଲେଖଯୋଗ୍ୟ, ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଉଦ୍‌ଘଶଟନୀ ଅଧିବେଶନ ପରେ ଦ୍ୱିତୀୟ ଅଧିବେଶନରେ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏସଂପର୍କିତ ଉପସ୍ଥାପନ କରିଥିଲେ। ‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସେ ସମସ୍ତ ଜିଲ୍ଲାପାଳକୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ଦର୍ଶାଯାଇଥିଲା ଯେ ଅଦ୍ୟାବଧି ଛପା ଯାଇଥିବା ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ସୁଭଦ୍ରା ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭ ଲକ୍ଷ ୧ ହଜାର ୫୫ ଫର୍ମ ବଣ୍ଟନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.7 ° C
    30.7 °
    30.7 °
    39 %
    2.4kmh
    39 %
    Sat
    31 °
    Sun
    42 °
    Mon
    43 °
    Tue
    44 °
    Wed
    44 °

    ସମ୍ବନ୍ଧିତ