Monday, June 23, 2025
29 C
Odisha

    ସଡକ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

    ଆଗକୁ ପଢନ୍ତୁ

    କଟକ: ସଡ଼କ ଦୁର୍ଘଟଣାରେ ଗୁରୁତର ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ । କଟକ ମଙ୍ଗୁଳି ସ୍ଥିତ ବଜରଙ୍ଗୀ ଓ୍ୱେ ବ୍ରିଜ୍‌ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ସୁଧାରକର । କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକର ବସନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି । ମଙ୍ଗୁଳି ଛକ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ସୁଧାକରଙ୍କ କାର । ଦୁର୍ଘଟଣାରେ ସୁଧାକରଙ୍କ କାର୍ ଭାଙ୍ଗି ଚୁରମାର ହୋଇଯାଇଛି। ଚୌଦ୍ଵାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁଧାକର ଓ ତାଙ୍କ ଡ଼୍ରାଇଭରଙ୍କୁ କାରକୁ କାଟି ଉଦ୍ଧାର କରିଥିଲେ । ତୁରନ୍ତ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    69 %
    5.2kmh
    100 %
    Mon
    27 °
    Tue
    29 °
    Wed
    32 °
    Thu
    31 °
    Fri
    27 °

    ସମ୍ବନ୍ଧିତ