Monday, October 12, 2026
21.2 C
Odisha

    ହତୋତ୍ସାହିତ ଦଳୀୟ କର୍ମୀଙ୍କ ମନୋବଳ ବଢାଉଛନ୍ତି ପ୍ରଧାନମନ୍ତ୍ରୀ: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାରେ ବିଜେପି ନିର୍ବାଚନ ହାରିବାକୁ ଯାଉଛି। ଦଳୀୟ କର୍ମୀ ଏବଂ ନେତା ସମ୍ପୂର୍ଣ୍ଣ ହତୋତ୍ସାହିତ ହୋଇ ପଡିଛନ୍ତି। ସେମାନଙ୍କ ମନୋବଳ ବଢାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଦଳୀୟ କାର୍ୟ୍ୟାଳୟକୁ ଯିବାକୁ ପଡିଲା। ରାଜ୍ୟ ବିଜେପିର ଯେତେ ବଡ ନେତା ଅଛନ୍ତି ସଭିଏଁ ଶୋଚନୀୟ ପରାଜୟ ଭୟରେ ବୁଡି ରହିଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଶ୍ରୀମତୀ ଦେଓ ଗଣମାଧ୍ୟମକୁ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ମାନ୍ୟବର ପ୍ରଧାନମନ୍ତ୍ରୀ ନିଜ ଦଳର କାର୍ୟ୍ୟକର୍ତ୍ତା ଓ ନେତାଙ୍କ ମନୋବଳ ବଢାଇବା ସହ ଉତ୍ସାହିତ କରିବାକୁ ମନ୍ତବ୍ୟ ମାନ ରଖୁଛନ୍ତି । ରତ୍ନଭଣ୍ଡାର ପ୍ରସଙ୍ଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଆଗାମୀ ଜୁଲାଇ ମାସରେ ରଥଯାତ୍ରା ସମୟରେ ଏହା ଖୋଲିବାକୁ ଯାଉଛି। ଏଥିରେ କାହାର କିଛି ଲୁଚାଇବାର ନାହିଁ।ଏଥିପାଇଁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ କମିଟି ତାର ପ୍ରକ୍ରିୟା ଜାରି ରଖିଛି। ଯେହେତୁ ବିଜେପି ବହୁତ ଖରାପ ଭାବେ ନିର୍ବାଚନ ହାରିବାକୁ ଯାଉଛି, ସେଥିପାଇଁ ଆଉ କୌଣସି ପ୍ରସଙ୍ଗ ନପାଇ ଲୋକଙ୍କ ଭାବାବେଗ ସହ ଖେଳିବା ଆରମ୍ଭ କରିଛି।
    ପ୍ରଧାନମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଗଜପତି ମହାରାଜାଙ୍କ ନେତୃତ୍ୱରେ ଗଠିତ ପରିଚାଳନା କମିଟିର ମାର୍ଗଦର୍ଶନରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ମନ୍ଦିର ପରିଚାଳନା କରିଥାଏ । ଦୁଇ ମାସ ତଳେ ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ପ୍ରଶଂସା କରିଥିଲେ। ହେଲେ ଆଜି ତାଙ୍କ ପ୍ରତି ଅପମାନସୂଚକ ବୟାନଦେଉଛନ୍ତି।
    ହତୋତ୍ସାହିତ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ସାଢେ ୪ କୋଟି ଓଡିଶାବାସୀଙ୍କ ଭାବାବେଗ ସହ ଖେଳୁଥିବା ଶ୍ରୀମତୀ ଦେଓ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ