Sunday, October 11, 2026
24.3 C
Odisha

    ଗ୍ୟାସ୍ ଲିକ୍ ରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୋକାନ, ୭ ଆହତ

    ଆଗକୁ ପଢନ୍ତୁ

    ସାଲେପୁର  : ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୋକାନ  ।  ୭ ଜଣ ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଜପକୁଦ ବଜାରରେ ଏଭଳି ଘଟଣା ଘଟିଛି  ।   ଏହି ଘଟଣାରେ ତିନି ଜଣ ମହିଳା, ତିନି ଜଣ ପୁରୁଷ ଓ ଜଣେ ଶିଶୁ ଆହାତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ।

    ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବଜାରରେ ସ୍ଥିତ ଦୀନବନ୍ଧୁ ସାହୁଙ୍କ ଦୋକାନ ଖୋଲିବା ସମୟରେ ଗ୍ୟାସ୍ ଲିକ୍ ହେବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଦୋକାନ ନିକଟରେ ଥିବା ଲୋକ, ଅନ୍ୟ ଦୋକାନୀ ଏବଂ ରାସ୍ତାରେ ଯାତାୟାତ କରୁଥିବା କିଛି ପଥଚାରୀ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।, ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    76 %
    1.6kmh
    3 %
    Sun
    24 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ