Saturday, September 19, 2026
28.3 C
Odisha

    ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାରେ ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ବିଜେପି କର୍ମୀଙ୍କ ଦ୍ୱାରା ହିଂସା କାଣ୍ଡ ଘଟାଯାଇଥିବାର ଖବର ମିଳିଛି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଭିଯୁକ୍ତ ଅଶୋକ ମହାନନ୍ଦ ବିଶ୍ବନାଥ ମିର୍ଧାଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବରଂ ମଦ୍ୟପାନ କରି ଦୁଇ ଜଣଙ୍କ ମଧ୍ୟରେ ବ୍ୟକ୍ତିଗତ ଝଗଡ଼ା । କିନ୍ତୁ ବିଜେପି ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିବାକୁ ଚାହୁଁଥିଲା ଏବଂ ସେହି ଢଙ୍ଗରେ ଏହାକୁ ଦର୍ଶାଇଥିଲା ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ.ସସ୍ମିତ ପାତ୍ର । ଡ.ପାତ୍ର କହିଛନ୍ତି ଯେ- ମିଳିଥିବା ସୂଚନା ଅନୁଯାୟୀ, ରୋକ୍ସା ଗ୍ରାମପଞ୍ଚାୟତ, ବୌଦ୍ଧ ବ୍ଲକ, କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହେଶ୍ୱରପିଣ୍ଡା ବୁଥ୍ ନଂ ୨୮ ଓ ଅମୁରଦା ବୁଥ୍ ନଂ ୦୯ ରେ ବିଜେପି ନେତା, କର୍ମୀ ଓ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ସମର୍ଥକମାନେ ବୁଥ୍ ଦଖଲରେ ଲାଗିଛନ୍ତି। ସୁନ୍ଦରଗଡ଼ ପୌରପାଳିକା ୭ ନମ୍ବର ୱାର୍ଡ ବୁଥ୍ ନମ୍ବର ୨୧୩ ରେ ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେ ତାଙ୍କ ସମର୍ଥକଙ୍କ ସହ ମିଶି ଭୋଟରଙ୍କୁ ଧମକ ଦେଇଛନ୍ତି ।

    ଟିଟଲାଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ପରାଜୟ ଭୟରେ ବିଜେଡି କର୍ମୀଙ୍କୁ ଲଗାତାର ଧମକ ଦେଉଛନ୍ତି। ବିଜେପି ସପକ୍ଷରେ ଭୋଟ୍ ଦେବା ପାଇଁ ସେ ଲଗାତାର ଲୋକଙ୍କୁ ଭୟଭୀତ କରୁଛନ୍ତି ନଚେତ୍ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    85 %
    1.6kmh
    99 %
    Sat
    29 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ