Sunday, September 27, 2026
21.7 C
Odisha

    ଶୁଳିଆ ପୀଠ: ହଜାର ହଜାର ଭକ୍ତଙ୍କ ସମ୍ମୁଖରେ ପଡ଼ିଲା ବଳି

    ଆଗକୁ ପଢନ୍ତୁ

    ଦେଓଗାଁ: ଆଦିବାସୀଙ୍କ ପାରମ୍ପରିକ ଶୁଳିଆ ଯାତ୍ରା ଆରମ୍ଭ ହୋଇଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକରେ। ପଶୁ ରକ୍ତରେ ଲାଲ ହୋଇଛି ଶୁଳିଆ ପୀଠ। ପରମ୍ପରା ଓ ବିଶ୍ୱାସ ଆଗରେ ହାର ମାନିଛି ଆଧୁନିକ ବିଜ୍ଞାନ। ଶୁଳିଆଦେବତାଙ୍କ ପାଖରେ ପୋଢ଼, ବୋଦା, କୁକୁଡ଼ା ବଳି ଚଢାଇ ଦର୍ଶନ କଲେ ହଜାର ହଜାର ଭକ୍ତଙ୍କ ସହ ମାନସିକଧାରୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁଳୁତାପଡା ପଂଚାୟତ ଖଇରଗୁରା ଓ କୁମୁରିଆ ଗାଁରେ ଅନୁଷ୍ଠିତ ହେଉଛି ଶୁଳିଆଯାତ୍ରା। ମଙ୍ଗଳବାର ଭୋରରେ ଆଦିବାସୀମାନେ ପାରମ୍ପରିକ ବେଶରେ ସୁସଜ୍ଜିତ ହୋଇ ଆସିଲା ପରେ ଯାତ୍ରା ଆରମ୍ଭ ହୋଇଥିଲା। ଖଇରଗୁରା ଶୁଲିଆ ମନ୍ଦିର ଓ କୁମୁରିଆ ଦେହେରୀଙ୍କ ଘରୁ କନ୍ଧ ଆଦିବାସୀମାନେ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ଆସିଥିଲେ। ପ୍ରଥମେ ଦେହେରୀ ପୂଜାର୍ଚ୍ଚନା କରି ସମର୍ପଣ କଲା ପରେ ପାଟ ବୋଦା ଓ କଳା କୁକୁଡ଼ା ଓ ପାରାକୁ ବଳି ଦିଆଯାଇଥିଲା। ପରେ ପରେ ମାନସିକଧାରୀ ଆଣିଥିବା ପୋଢ଼, କୁକୁଡ଼ା ଓ ବୋଦାକୁ ବଳି ଦିଆଯାଉଥିବା ଦେଖାଯାଇଥିଲା।

    ଆଦିବାସୀଙ୍କ ପରମ୍ପରା ଅନୁସାରେ ଏହି ଯାତ୍ରାରେ ଫୁଲ, ଦୁବ, ନଡିଆ ଭୋଗ ସହ ପୋଢ଼, ମେଣ୍ଢା, ବୋଦା, ପାରା ଓ କୁକୁଡ଼ା ବଳି ଦେଇ ମାନସିକଧାରୀ ପୂଜାର୍ଚ୍ଚନା କରିଥାନ୍ତି। ଚଳିତ ବର୍ଷ ତିନି ଦିନ ଉତ୍ସବ ହୋଇଥିବା ବେଳେ ଗୋଟିଏ ଦିନ ଯାତ୍ରା ଅନୁଷ୍ଠିତ ହେଉଛି। ପ୍ରକାଶ ଥାଉକି ପୌଷ ଅମାବାସ୍ୟା ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଏହି ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିପାଇଁ କନ୍ଧ ଅଦିବାସୀମାନେ ଲିପା ପୋଛା ସହ ସମସ୍ତଙ୍କର ନୂଆ ପୋଷାକ କରିଥାନ୍ତି। ଯାତ୍ରାର ପୂର୍ବଦିନ ଅର୍ଥାତ ସୋମବାର ଦିନ ୧୨ଟାରେ ଦେବ ନିମନ୍ତ୍ରଣ ହୋଇଥାଏ। ସନ୍ଧ୍ୟାରେ ନିଷିପୂଜାରେ ଗମ୍ଭିରାଘରେ ଥିବା ଟାଙ୍ଗିଆ, ଖଣ୍ଡା ଆଦି ପୂଜା କରି ଭୋରରୁ ‘ଦେହୁରୀ’ ପୀଠରେ ପହଞ୍ଚିଲା ପରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଥମେ ଏକ କାଉଁଶ ନଳରେ ଚାଉଳ, ଗୁଡ଼, ଘିଅ ଆଦି ଦେଇ ଭୋଗ ରନ୍ଧା ଯାଏ । ଠିକ୍‌ ଭାବେ ଭୋଗ ପ୍ରସ୍ତୁତ ହେଲେ ଏ ବର୍ଷ ଭଲ ବର୍ଷା ହେବ ବୋଲି ଆଦିବାସୀଙ୍କ ବିଶ୍ବାସ ରହିଛି। ବଳିକୁ ନେଇ ଆଦିବାସୀ ଓ ପ୍ରଶାସନ ମଧ୍ୟରେ ବାଦ ବିବାଦ ଲାଗିରହୁଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଦିବାସୀଙ୍କ ପରମ୍ପରା ଉପରେ ରୋକ ଲଗାଯାଇ ପାରିବ ନାହିଁ ବୋଲି ୨୦୧୫ରେ ନିର୍ଦ୍ଦେଶ ଦେବା ଯୋଗୁଁ ବିନା ବାଧାବିଘ୍ନାରେ ଯାତ୍ରା ଅନୁଷ୍ଠିତ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ