Saturday, July 27, 2024
24.5 C
Odisha

    ଓଡିଶାରୁ ୧ କୋଟି ଦାରିଦ୍ର୍ୟରୁ ହୋଇଛନ୍ତି ମୁକ୍ତ

    ଆଗକୁ ପଢନ୍ତୁ

    ଗତ ୯ ବର୍ଷ ମଧ୍ୟରେ କେବଳ ଓଡ଼ିଶାରେ ୧ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ନୀତି ଆୟୋଗର ରିପୋର୍ଟରୁ ଜଣାପଡ଼ିଛି । ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଏହି ସଫଳତା ମିଳିଛି । ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୨୦୦୫-୦୬ରେ ୬୩.୮୪ ପ୍ରତିଶତ ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରେ ଥିଲେ । ୨୦୧୫-୧୬ ସୁଦ୍ଧା ସେହି ହାର ୨୯.୩୪ ପ୍ରତିଶତକୁ ହ୍ରାସ ପାଇଥିଲା । ଏହାପରେ ୨୦୧୯-୨୧ ସୁଦ୍ଧା ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି । ଗତ ୯ ବର୍ଷ ଭିତରେ ରାଜ୍ୟର ୧.୦୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି । ଯେଉଁ ହାରରେ ଦାରିଦ୍ର୍ୟ ହ୍ରାସ ପାଉଛି, ତାହା ବିଚାରକୁ ନେଲେ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ବହୁମୁଖୀ ଦାରିଦ୍ର୍ୟମୁକ୍ତ ହେବା ଲାଗି ରହିଥିବା ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଭାରତର ସହଜରେ ହାସଲ କରିପାରିବ ବୋଲି କୁହାଯାଇପାରିବ । ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଜୀବନ ଧାରଣ ମାନ ଆଦିରେ ହୋଇଥିବା ଉନ୍ନତି ବିଚାରକୁ ନେଇ ବହୁମୁଖୀ ଦାରିଦ୍ର୍ୟ ନିର୍ଧାରଣ କରାଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ