Saturday, March 21, 2026
32.2 C
Odisha

    ଅସହ୍ୟ ହେଲାଣି ତାତି : ରାଜ୍ୟର ଅଧା ସହରର ପାରା ୩୫ ପାର୍‌

    ଆଗକୁ ପଢନ୍ତୁ

    ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍‌ କରୁଛି ଗ୍ରୀଷ୍ମପ୍ରବାହ। ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୫ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ଆଜି ୩୭ ଡ଼ିଗ୍ରୀ ଛୁଇଁଯାଇଛି। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ୩୭ ଡ଼ିଗ୍ରୀ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେବଳ ସେତିକି ନୁହେଁ ଆଜି ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି। ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ପାରଦ ବଢୁଥିବା ବେଳେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି। ଅଧିକାଂଶ ସ୍ଥାନରେ ୩୫ ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ବଢିବ। ଦୁଇଦିନ ପରେ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ। ପଶ୍ଚିମା ଝଡ ପ୍ରଭାବରେ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ନେଇ ଆକଳନ କରାଯାଇଛି।

    ଅନ୍ୟପଟେ ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ, ରାତି ତାପମାତ୍ରା ଅଧିକ ରହୁଥିଲେ ହେଁ ଭୋର୍‌ ସମୟରେ ପ୍ରବଳ ଘନ କୁହୁଡ଼ି ଅନୁଭୂତ ହେଉଛି। ଘନ କୁହୁଡ଼ି ସମୟରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାନବାହାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯାତାୟାତ ସମୟରେ ଅଧିକ ସତର୍କତା ଅବଲମ୍ୱନ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    32.2 ° C
    32.2 °
    32.2 °
    24 %
    4.5kmh
    12 %
    Sat
    31 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ