Tuesday, October 21, 2025
21.5 C
Odisha

    SBIକୁ ୩ ଦିନର ମହଲତ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ନିର୍ବାଚନୀ ବଣ୍ଡ ସମ୍ପର୍କିତ ସବୁ ତଥ୍ୟ ଦାଖଲ କର

    ଆଗକୁ ପଢନ୍ତୁ

    ସୁପ୍ରିମକୋର୍ଟରୁ ଏସବିଆଇକୁ ପୁଣି ଝଟକା । ନିର୍ବାଚନୀ ବଣ୍ଡ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି । ପୁଣି ଏସବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କଣ ପାଇଁ ପୂରା ତଥ୍ୟ ଦେଲନାହିଁ ବୋଲି କଲେ ପ୍ରଶ୍ନ । ତଥ୍ୟ ନଲୁଚାଇ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ । ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ତଥ୍ୟ ଦେବ ଏସବିଆଇ । ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ସର୍ବୋଚ୍ଚ ଅଦାଲତ । ବଣ୍ଡର ସମସ୍ତ ୟୁନିକ୍ ନମ୍ବର ନିର୍ବାଚନ କମିସନଙ୍କୁ ଦେବ ଏସବିଆଇ । ୱେବସାଇଟରେ ସମସ୍ତ ତଥ୍ୟ ପ୍ରଦାନ କରିବେ ନିର୍ବାଚନ କମିସନ ।ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବା ସହ କହିଛନ୍ତି, ନିର୍ବାଚନୀ ବଣ୍ଡ ସମ୍ପର୍କିତ କୌଣସି ତଥ୍ୟକୁ ଲୁଚା ଯାଇପାରିବ ନାହିଁ । ସବୁତଥ୍ୟକୁ ସାବର୍ଜନୀନ କରିବ ବ୍ୟାଙ୍କ । ସୁପ୍ରିମକୋର୍ଟର ମୁଖ୍ୟ ବିଚାପତି କହିଛନ୍ତି, ନିର୍ଦ୍ଦେଶ ଦିଆଯିବା ସତ୍ତେ୍ୱ ମଧ୍ୟ କାହିଁକି ସମସ୍ତ ତଥ୍ୟ ଦିଆଗଲା ନାହିଁ । କୌଣସି ତଥ୍ୟକୁ ନ ଲୁଚାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏସବିଆଇ ମାନିବାକୁ ବାଧ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.5 ° C
    21.5 °
    21.5 °
    97 %
    1.2kmh
    29 %
    Tue
    29 °
    Wed
    29 °
    Thu
    29 °
    Fri
    29 °
    Sat
    29 °

    ସମ୍ବନ୍ଧିତ