Monday, October 12, 2026
23.8 C
Odisha

    ବନ୍ଦ ହେବ କି କାଳିଆ ଯୋଜନା ? ଦ୍ୱନ୍ଦ୍ୱ ବଢ଼ାଇଲା ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର

    ଆଗକୁ ପଢନ୍ତୁ

    ବନ୍ଦ ହେବକି କାଳିଆ ଯୋଜନା? ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବିବୃତ୍ତି ପରେ ଏନେଇ ଦ୍ୱନ୍ଦ୍ୱ ବଢ଼ିଛି। ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି ଉଚ୍ଚ ସ୍ତରରେ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରି ପଚାରି ଥିଲେ ଯେ, ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତା ରାଶି ଏବଂ ଅନ୍ୟାନ୍ୟ ସୁବିଧା ଆଗାମୀ ଦିନରେ ଜାରି ରହିବ ନା ବନ୍ଦ ହୋଇଯିବ। ତେବେ ଯଦି ଜାରି ରହିବ ତେବେ, କେବେ ଏହାର ପରିମାଣ ବୃଦ୍ଧି ପାଇବା ନେଇ ସରକାର କିଛି ନିଷ୍ପରି ନେଇଛନ୍ତି କି? ଏହାର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ଉତ୍ତର ରଖି କହିଛନ୍ତି, ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି। ଏହାର ନିଷ୍ପତ୍ତି ହେଲା ପରେ ସମସ୍ତ ତଥ୍ୟ ବିଧାୟକଙ୍କୁ ଜଣାଇ ଦିଆଯିବ।

    ସେହିପରି ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ରାଜ୍ୟ ସରକାରଙ୍କ କାଳିଆ ହିତାଧିକାରୀ ସଂଖ୍ୟା ସାରା ରାଜ୍ୟରେ କେତେ ଏବଂ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ କଲ୍ୟାଣ ଯୋଜନାରେ ହିତାଧିକାରୀ ସଂଖ୍ୟା ରାଜ୍ୟରେ କେତେ,ବୋଲି ପ୍ରଶ୍ନ ପଚାରିଥିଲେ। ଏହାସହ ସରକାର କାଳିଆ ଯୋଜନାକୁ ବନ୍ଦ କରିବାକୁ ଯୋଜନା କରିଛନ୍ତି କି। ଯଦି କାଳିଆ ଯୋଜା ବନ୍ଦ ହୁଏ ତେବେ କାଳିଆ ଯୋଜନାରେ ହିତାଧିକାରୀଙ୍କ ନିମନ୍ତେ କି ପ୍ରକାର ଯୋଜନା କରିବେ, ବୋଲି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ କନକବର୍ଦ୍ଧନ ସିଂହ ଦେଓ କହିଛନ୍ତି ରାଜ୍ୟରେ କାଳିଆ ଯୋଜନାରେ ମୋଟ ୪୫ଲକ୍ଷ ୬୭ହଜାର ୫୨୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ହଜାର ୧୨୨ ଜଣ ଭୂମିହୀନ କୃଷି ପରିବାରକୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ଗତ ଜୁନ୍ ୧୮ ତାରିଖରେ ପ୍ରଦାନ କରାଯାଇଥିବା ପିଏମ କିସାନ ସମ୍ମାନନିଧି ଯୋଜନାର ୧୭ ତମ କିସ୍ତିରେ ରାଜ୍ୟର ୨୯ଲକ୍ଷ ୭୩ ହଜାର ୯୮୦ ଜଣ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ତେବେ ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି। ଏହାର ନିଷ୍ପତ୍ତି ହେଲା ପରେ ସମସ୍ତ ତଥ୍ୟ ବିଧାୟକଙ୍କୁ ଜଣାଇ ଦିଆଯିବ ବୋଲି ଉତରରେ କହିଛନ୍ତି କନକ ବର୍ଦ୍ଧନ ସିଂଦେଓ।

    ବନ୍ଦ ହେବ କି ‘କାଳିଆ’?

    ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଆଣିଥିଲା କାଳିଆ
    ୨୦୧୮ ଡିସେମ୍ବରରେ କାଳିଆ ଯୋଜନାର ଶୁଭାରମ୍ଭ
    ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ ଆସିଥିଲା କାଳିଆ
    ପ୍ରଥମେ କାଳିଆ ଯୋଜନାରେ ମିଳୁଥିଲା ବର୍ଷକୁ ୧୦ ହଜାର
    ଉଭୟ ରବି ଓ ଖରିଫ ଫସଲ ପାଇଁ ମିଳୁଥିଲା ସହାୟତା
    ପରେ ଏହା ହ୍ରାସ ପାଇ ୪ ହଜାର ଟଙ୍କାରେ ପହଞ୍ଚିଛି
    ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୨୫୦୦ ଟଙ୍କା ମିଳୁଛି
    ୪୫ଲକ୍ଷ ୬୭ହଜାର ୫୨୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ
    ୧୯ ଲକ୍ଷ ୧୨ହଜାର ୧୨୨ ଜଣ ଭୂମିହୀନ କୃଷି ପରିବାରକୁ ସହାୟତା
    ପିଏମ କିସାନ ସମ୍ମାନନିଧି ଯୋଜନାରେ ୨୯,୭୩,୯୮୦ ଜଣ ଚାଷୀଙ୍କୁ ସହାୟତା

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    76 %
    1.1kmh
    2 %
    Mon
    23 °
    Tue
    30 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ