Monday, April 6, 2026
28.1 C
Odisha

    T-20 ରେ ୩୪୪ ରନ୍‌ କରି ବିଶ୍ୱ ରେକର୍ଡ କଲା ଏହି ଟିମ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ସ୍କୋରର ନୂଆ ରେକର୍ଡ କରିଛି ଜିମ୍ବାଓ୍ବେ। ସିକନ୍ଦର ରାଜାଙ୍କ ଅଧିନାୟକତ୍ୱରେ ଦଳ ଗାମ୍ବିଆ ବିପକ୍ଷ ଟି୨୦ ମ୍ୟାଚ୍‌ରେ ୩୪୪ ରନ୍‌ର ଇନିଂସ ଖେଳି ବିଶ୍ୱ ରେକର୍ଡ କରିଛି। ଏହାପୂର୍ବରୁ ଏହି ରେକର୍ଡ ନେପାଳର ଥିଲା, ଯିଏକି ମଙ୍ଗୋଲିଆ ବିପକ୍ଷରେ ୩୧୪ ରନ୍‌ କରିଥିଲେ। କେନିଆ ରାଜଧାନୀ ନାଇରୋବିରେ ପୁରୁଷ ଟି୨୦ ବିଶ୍ୱକପ୍‌ର ଆଫ୍ରିକା ଉପ-ଅଞ୍ଚଳର ଯୋଗ୍ୟତା ମ୍ୟାଚ୍‌ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ଜିମ୍ବାଓ୍ବେ ଏବଂ ଗାମ୍ବିଆ ଅକ୍ଟୋବର ୨୩ରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନ୍‌ ୨୦ ଓଭରରେ ୩୪୪ ରନ୍‌ର ବିଶାଳ ସ୍କୋର କରି ଇତିହାସ ରଚିଛନ୍ତି। ଦଳ ପକ୍ଷରୁ ସିକନ୍ଦର ରଜା ଏବଂ କ୍ଲାଇଭ୍‌ ମଣ୍ଡାଡେ ୪୦ ବଲରେ ୧୪୧ ରନ୍‌ ଭାଗିଦାରି କରିଥିଲେ। ତେବେ ଏହି ସ୍କୋର ଯୋଗୁ ଦଳ ଏସିଆନ ଗେମ୍ସରେ ନେପାଳର ୩୧୪ ରନ୍‌ର ବିଶ୍ୱ ରେକର୍ଡକୁ ଭାଙ୍ଗିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ