Wednesday, October 23, 2024
21.7 C
Odisha

    ବିଶ୍ୱକପ ଉପରେ ଆତଙ୍କବାଦୀଙ୍କ ନଜର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜୁନ୍ ୧ ତାରିଖରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୪ । ତେବେ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଅପେକ୍ଷା କରି ରହିଛନ୍ତି କ୍ରିକେଟ ଫ୍ୟାନ୍ସ । କିନ୍ତୁ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଏହି ମ୍ୟାଚକୁ ନେଇ ଆସିଛି ବଡ଼ ଖବର । ଭାରତ-ପାକିସ୍ତାନ ମ୍ୟାଚ ଉପରେ ଆତଙ୍କୀ ଆକ୍ରମଣ ହେବାର ଆଶଙ୍କା ଦେଖା ଦେଇଛି । ନ୍ୟୁୟର୍କର ଲଙ୍ଗ ଆଇଲାଣ୍ଡେରେ ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ISIS ତରଫରୁ ମିଳିଛି ଧମକ । ତେଣୁ ମ୍ୟାଚ ପାଇଁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି । ଏକ ଭିଡିଓ ଜରିଆରେ ଇସଲାମିକ ଷ୍ଟେଟ ତରଫରୁ ଧମକ ଦେଇଛି ଆତଙ୍କବାଦ ସଂଗଠନ । ଭାରତ-ପାକିସ୍ତାନ ମ୍ୟାଚ ଉପରେ ଡ୍ରୋନ ଆଟାକ ହେବା ନେଇ ଏହି ଭିଡିଓରେ ଧମକ ଦିଆଯାଇଛି । ଏହାପରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥୀ ହୋଚୁଲ ନ୍ୟୁୟର୍କ ପୋଲିସକୁ ସରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଷ୍ଟାଡିୟମ ଏବଂ ନିକଟସ୍ଥ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ଲୋକମାନଙ୍କୁ କଡ଼ା ଚେକିଙ୍ଗ କରାଯିବ ବୋଲି ସୂଚନା ମିଳିଛି । ଦକ୍ଷିଣ-ମଧ୍ୟ ଏସିଆରେ ସକ୍ରିୟ ରହିଥିବା ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନର ଶାଖା ISIS-ଖୋରାସନ୍ ଦ୍ୱାରା ଚାଟ୍ ଇତ୍ୟାଦିକୁ ପୋଷ୍ଟ ହୋଇଥିଲା ଏକ ଭିଡିଓ । ଏହି ଭିଡିଓରେ ଭାରତ-ପାକିସ୍ତାନ ମ୍ୟାଚ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦିଆଯାଇଛି । ତେବେ ଏ ନେଇ ଗଭର୍ଣ୍ଣର ହୋଚୁଲ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କୌଣସି ପ୍ରକାରର ସୁରକ୍ଷା ପ୍ରତି ବିପଦ ନାହିଁ । ଏହାପରେ ମଧ୍ୟ ସରକାରଙ୍କ ତରଫରୁ ତୀକ୍ଷ୍ଣ ନଜର ରହିଛି । ଏପ୍ରିଲ ମାସରୁ ହିଁ ଧମକ ମିଳିବାରେ ଲାଗିଥିବା କହିଛନ୍ତି ହୋଚୁଲ । ବ୍ରିଟିଶ ଚାଟ୍ ସାଇଟରେ କ୍ରିକେଟ ଷ୍ଟାଡିୟମର ଏକ ଫଟୋ ପୋଷ୍ଟ କରିଥିଲା ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନ ବା ISIS । ଏହି ଫଟୋରେ ଡ୍ରୋନ ଉଡ଼ୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାବ୍ୟତୀତ ଫଟୋରେ ଭାରତ-ପାକିସ୍ତାନ ବିଶ୍ବକପ୍ ମ୍ୟାଚ ତାରିଖ(୦୯.୦୬.୨୦୨୪) ତାରିଖ ଲେଖାଯାଇଛି । ଯାହାପରେ ଭାରତ-ପାକିସ୍ତାନ ବିଶ୍ବକପ ମ୍ୟାଚରେ ଆତଙ୍କୀ ଆକ୍ରମଣର ଆଲୋଚନା ଆରମ୍ଭ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ