Sunday, September 20, 2026
24.6 C
Odisha

    ବିକାଶଙ୍କ ବାୟୋପିକ୍‌ ନିର୍ମାଣ କରିପାରନ୍ତି ଅମିର୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଆଇଏଏସ ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡ. ବିକାଶ ଦିବ୍ୟକୀର୍ତ୍ତି ଏକ ଜଣାଶୁଣା ନାଁ। ସୋସିଆଲ ମିଡିଆରେ ବିକାଶଙ୍କ ମୋଟିଭେସନାଲ ଭିଡିଓଗୁଡ଼ିକ ଅନେକ ସମୟରେ ଭାଇରାଲ ହୋଇଥାଏ। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ଅଛନ୍ତି। ଇତିମଧ୍ୟରେ ସେ ଫିଲ୍ମରେ ମଧ୍ୟ ଡେବ୍ୟୁ କରିଛନ୍ତି। ବିକାଶ ‘ଟୁଏଲଥ୍‌ ଫେଲ୍‌’ ଫିଲ୍ମରେ ନଜର ଆସିଥିଲେ। ଅନେକ ସମୟରେ ସେ ବଡ଼ ବଡ଼ ସେଲିବ୍ରିଟିଙ୍କ ସହ ମଧ୍ୟ ନଜର ଆସିଥାନ୍ତି।
    ନିକଟରେ ସେ ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଅମିର୍‌ ଖାନ୍‌ଙ୍କ ସହିତ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି। ଏଥିରେ ସେ ଅମିର୍‌ଙ୍କୁ ତାଙ୍କ ପ୍ରିୟ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି। ବିକାଶ ଏହି ଫଟୋଗୁଡ଼ିକ ସେୟାର୍‌ କରି ଲେଖିଛନ୍ତି- ‘ଆଜି ଆମର ବିବାହ ବାର୍ଷିକୀ ଥିଲା। ପରିବାର ସମ୍ପର୍କୀୟ ଓ କିଛି ବନ୍ଧୁଙ୍କ ପାଇଁ ଏକ ଛୋଟ ପାର୍ଟି ରଖିଥିଲୁ। ସଂଯୋଗବଶତଃ ମୋର ପ୍ରିୟ ବନ୍ଧୁ ଅମିର୍ ଖାନ୍‌ ଦିଲ୍ଲୀରେ ଥିଲେ। ଆମେ ତାଙ୍କୁ ଡାକିବାରୁ ସେ ଏଠାକୁ ଆସିଥିଲେ, ସମସ୍ତଙ୍କ ହୃଦୟ ଜିଣି ନେଇଥିଲେ।’ ଏବେ ଅମିର୍‌ ଓ ବିକାଶଙ୍କର ଏହି ଫଟୋଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ବିକାଶଙ୍କ ଉପରେ ଅମିର୍‌ ଫିଲ୍ମ ନିର୍ମାଣ କରୁଛନ୍ତି ବୋଲି ଏବେ ଦର୍ଶକେ ଅନୁମାନ ଲଗାଉଛନ୍ତି। ଏଠାରେ ପ୍ରକାଶ ଥାଉ କି, ଡ.ବିକାଶ ଦିବ୍ୟକୀର୍ତ୍ତି ଦୃଷ୍ଟି ଆଇଏଏସ୍‌ କୋଚିଂ ସେଣ୍ଟରର ପ୍ରତିଷ୍ଠାତା। ସେ ଆଇଏଏସ୍‌ ଚାକିରି ଛାଡ଼ି ଏବେ ପିଲାଙ୍କୁ ପାଠ ପଢ଼ାଇ ଆଇଏଏସ୍ କରାଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.8kmh
    100 %
    Sat
    25 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ