Friday, April 3, 2026
27 C
Odisha

    ଆଜି ନୂଆଦିଲ୍ଲୀରେ ପହଞ୍ଚିବ ତାହିଓ୍ବର ରାଣା

    ଆଗକୁ ପଢନ୍ତୁ

    ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତାହିସ୍ଵର ହୁସେନ୍ ରାଣାକୁ ଆମେରିକା ରୁ ଭାରତ ପ୍ରତ୍ୟର୍ପଣ କରାଯାଇଛି। ଭାରତର ଏକାଧିକ ତଦନ୍ତକାରୀ ଏଜେନ୍ସିର ଅଧିକାରୀମାନେ ବୁଧବାର ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୭ଟା ୧୦ ମିନିଟରେ ରାଣାକୁ ଆମେରିକାରୁ ସ୍ଵତନ୍ତ୍ର ବିମାନରେ ବସାଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଅପରାହ୍ନରେ ରାଣା ନୂଆଦିଲ୍ଲୀରେ ପହଞ୍ଚିବ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାକୁ ଏନଆଇଏର ସ୍ଵତନ୍ତ୍ର ଅଦାଲତରେ ହାଜର କରାଯିବ। ଏନଆଇଏ ତାକୁ ନିଜ ହେପାଜତକୁ ନେବା ଲାଗି ଆବେଦନ କରିବ। ପ୍ରାଥମିକ ଭାବେ ତାକୁ ତିହାର ଜେଲରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଜନ୍ମିତ କାନାଡା ନାଗରିକ ରାଣା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରରେ ସାମିଲ ଥିଲା। ସେ ତାର ବନ୍ଧୁ ଡାଭିଡ୍ କୋଲମ୍ୟାନ୍ ହେଡଲିକୁ ଆକ୍ରମଣ ଷଡଯନ୍ତ୍ରରେ ସହଯୋଗ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ